ରାଉରକେଲା : ଟ୍ରକ ଚଢି ଯିବାରୁ ବୁଲେଟ ରେ ଯାଉଥିବା ଦୁଇ ଛାତ୍ରଙ୍କ ମୃତ୍ୟୁ।। ୧୪୩ ନମ୍ବର ଜାତୀୟ ରାଜପଥ ହତିବନ୍ଧ ନିକଟରେ ଦୁର୍ଘଟଣା।
ରାଉରକେଲା ରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଛାତ୍ର ରାଣା ଅଂଶୁମାନ ସିଂ ରଙ୍ଗିଲା ଛକ ଅଞ୍ଚଳରେ ରହୁଥିବା ବେଳେ ଅନ୍ୟଜଣେ ଛାତ୍ର ସାଇଲି ମୁଣ୍ଡା ଜଲଦା ଅଞ୍ଚଳରେ ରହୁଥିଲେ।
ପୋଲିସ ଘଟଣାର ତଦନ୍ତ କରୁଛି।
ମିଳି ଥିବା ସୂଚନା ଅନୁଯାୟୀ ସାଇଲି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଂଶୁମାନ ଦ୍ଵାଦଶ ଶ୍ରେଣୀ ରେ ପଢୁଥିଲେ। ଗତକାଲି ରାତି ରେ ଜଣେ ପରିଚିତ ଙ୍କ ଠାରୁ ତାଙ୍କର ବୁଲେଟ ମଟର ସାଇକେଲ ମାଗି ଉଭୟ ବୁଲି ବାହାରିଥିଲେ। ୧୪୩ ନମ୍ବର ଜାତୀୟ ରାଜପଥ ପୁରନ ବସ୍ତି ନିକଟରେ ବୁଲେଟ ଜଣେ ପଥଚାରି ପ୍ରଦୀପ ପୁରନ ଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ଉଭୟ ନାବାଳକ ଛାତ୍ର ଡିଭାଇଡର ରେ ପିଟି ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଏହି ସମୟରେ ସେହି ରାସ୍ତାରେ ଆସୁଥିବା ଏକ ଟ୍ରକ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା। ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ହସପିଟାଲ ରେ ମୃତ୍ୟୁ ବରଣ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକ ସାଇଲି ମୁଣ୍ଡା ଙ୍କୁ ହସପିଟାଲ ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ପରେ ଟ୍ରକ ନେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ କୁ ଆସିଥିଲା। ଜଲଦା ଫାଣ୍ଡି ପୋଲିସ ଦୁର୍ଘଟଣା ଗ୍ରସ୍ତ ଓଡ଼ି-୧୪-କେ ୧୬୭୦ ନମ୍ବର ବୁଲେଟ ମଟର ସାଇକେଲ କୁ ଜବତ କରି ତଦନ୍ତ ଚଳାଇଛନ୍ତି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଟ୍ରକ ନେଇ ଫେରାର ହୋଇଯାଇଛି।