ବଣେଇ ଉପଖଣ୍ଡରେ ଗୋଠଛଡା ଦନ୍ତା ହାତୀ ଧାନ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିବା ପରେ ଏବେ ବଣେଇ ସହରରେ ମଧ୍ୟ ପ୍ରବେଶ କରିଛି। ନାଁ ବାଣ କୁ ଅଛି ଡର ନାଁ ନିଆଁ କୁ ଭୟ। ଗତକାଲି ସନ୍ଧ୍ୟାରେ ବଣେଇ ସହରର ବାଣେଶ୍ୱର ମନ୍ଦିର ନିକଟରେ ଦନ୍ତା ଟି ପଶି ଯାଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ପରେ ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ହାତୀ କୁ ବହୁ କଷ୍ଟରେ ଘଉଡ଼ାଇ ପାରିଥିଲେ। ଆଜି ଦନ୍ତା ହାତୀ ନଦୀ ପାର ହୋଇ ବାଙ୍କୀ ଫରେଷ୍ଟ ରେଞ୍ଜର କେ ବଳଙ୍ଗ ଅଞ୍ଚଳରେ ରହିଛି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଏହି ଗୋଠଛଡ଼ା ଦନ୍ତା ବଣେଇ ର ଧରଣୀଧରପାଲି ଫରେଷ୍ଟ ରେଞ୍ଜ ରେ ବହୁ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରୁଛି। ହାତୀ କୁ ଟ୍ରାଙ୍କୁଲାଇଜର ଦେଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।