ରାଉରକେଲା ଇସ୍ପାତ ସହରରେ ବିଘ୍ନରାଜ ଗଣେଶଙ୍କ ପୂଜାର୍ଚ୍ଚନା ଆରମ୍ଭ।। ଆକର୍ଷଣୀୟ ତୋରଣ ସହ ବିଭିନ୍ନ ପେଣ୍ଡାଲରେ ମେଳାର ଆୟୋଜନ।
କୌଣସି କାମ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ବୁଦ୍ଧି , ବିଦ୍ୟା , ଜ୍ଞାନ , ଧନ ଦାତା ଗଣେଶ ଙ୍କ ପୂଜା ଚଳିତ ବର୍ଷ ମହା ଆଡମ୍ବର ସହକାରେ କରାଯାଉଛି। ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ସାର୍ବଜନୀନ ଗଣେଶ ପୂଜାରେ ଶ୍ରଦ୍ଧାଳୁ ମାନେ ସାମିଲ ହୋଇ ପାରୁନଥିଲେ। ଏବେ କୋଭିଡ ମହାମାରି ର ସେତେ ପ୍ରଭାବ ନଥିବାରୁ ଚଳିତ ବର୍ଷ ଗଣେଶ ପୂଜା ଜାକ ଜମକ ରେ ପାଳନ କରାଯାଉଛି। ରାଉରକେଲା ଇସ୍ପାତ ସହର ରେ ମଧ୍ୟ ସିଦ୍ଧି ଦାତା ବିନାୟକଙ୍କ ପୂଜା ଦୁଇ ବର୍ଷ ପରେ ଆଡମ୍ବର ସହକାରେ ପାଳନ କରାଯାଉଛି। ସହର ଏବଂ ଆଖ ପାଖ ଅଞ୍ଚଳରେ ବିଭିନ୍ନ ପେଣ୍ଡାଲ ଏବଂ ଶିକ୍ଷାନୁଷ୍ଠାନ ରେ ଛୋଟବଡ଼ ୧୦୦ ରୁ ଉର୍ଦ୍ଧ୍ବ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରାଯାଉଛି। ଛେଣ୍ଡ କଲୋନୀ , ବାସନ୍ତୀ କଲୋନୀ , ପାୱାର ହାଉସ ରୋଡ଼ , ସହରର ମୁଖ୍ୟ ମାର୍ଗ ଆଦି ସ୍ଥାନରେ ବଡ ବଡ ଆକର୍ଷଣୀୟ ତୋରଣ ମାନ କରାଯାଇଛି। ମିନା ବଜ଼ାର ଏବଂ ମେଳାର ମଧ୍ୟ ଆୟୋଜନ କରାଯାଇଛି। ଗଣେଶ ଚତୁର୍ଥୀ ସକାଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ହନୁମାନ ବାଟିକା ଗଣେଶ ମନ୍ଦିରରେ ଶ୍ରୀ ଶ୍ରୀ ବିଘ୍ନରାଜଙ୍କ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜା ପେଣ୍ଡାଲ ରେ ମଧ୍ୟାନ୍ନ ପରେ ପୂଜା ଆରମ୍ଭ ହୋଇଛି। କେତେକ ପେଣ୍ଡାଲରେ ଗଣେଶଙ୍କ ପ୍ରତିମା ସହ ମେଳା ୮ ରୁ ୧୦ ଦିନ ପର୍ଯ୍ୟନ୍ତ ଲାଗି ରହିବ।