କୋଏଲ ନଗରରେ ସିରିଜ ଦୁର୍ଘଟଣା।। କାର ଧକ୍କାରେ ୪ ଆହତ , କାର , ସ୍କୁଟି କ୍ଷତିଗ୍ରସ୍ତ।। କାର ଚାଳକ ପୋଷ୍ଟାଲ ଅଧିକାରୀ ଅଟକ।

0 711

ରାଉରକେଲା କୋଏଲ ନଗର ରେ ସୋମବାର ଅପରାହ୍ନ ରେ ଏକ ସିରିଜ କାର ଦୁର୍ଘଟଣାରେ ଚାରିଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଗୋଟିଏ କାର ଏବଂ ଦୁଇଟି ଦୁଇ ଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି।
ସୂଚନା ଅନୁଯାୟୀ ରାଉରକେଲା ର ଜଣେ ଡାକ ବିଭାଗ ଅଧିକାରୀ ବେପରୁଆ ଭାବେ ନିଜ କାର ଚଳାଇ କୋଏଲ ନଗର – ଝିରିପାଣି ରାସ୍ତାରେ ଯାଉଥିଲେ। କାର ଉପରୁ ନିୟନ୍ତ୍ରଣ ହରାଇ ଉକ୍ତ ଅଧିକାରୀ ସଂଜୀବ ପ୍ରଧାନ ପ୍ରଥମେ ଏକ କାର କୁ ଧକ୍କା ମାରିଥିଲେ। କାର କୁ ଧକ୍କା ମାରିବା ପରେ ଦୁଇଟି ସ୍କୁଟି କୁ ଧକ୍କା ମାରିଥିଲେ। ଫଳରେ ସ୍କୁଟିରେ ଯାଉଥିବା ସ୍ୱାମୀ , ସ୍ତ୍ରୀ ଆହତ ହୋଇଥିଲେ। ପରେ ଆଉ ଦୁଇଜଣଙ୍କୁ ଧକ୍କା ମାରିଥିବାର ସୂଚନା ମିଳିଛି। ଏ ପ୍ରକାର ସିରିଜ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ସ୍ଥାନୀୟ ଲୋକ ଗୋଡାଇ ଗୋଡାଇ ଝିରିପାଣି ଥାନା ନିକଟରେ କାର ସହ ଉକ୍ତ ଡାକ ବିଭାଗ ଅଧିକାରୀଙ୍କୁ ଧରି ପୋଲିସ
ଜିମା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.