ସହରରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇ ଗିରଫ।। ପିସ୍ତଲ , ଗୁଳି , ଆଦି ଜବତ।

0 398

ଡକାୟତି ଯୋଜନା କରୁଥିବା ଅଭିଯୋଗରେ ରାଉରକେଲା ରଘୁନାଥପାଲି ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ପିସ୍ତଲ , ଦୁଇଟି ଗୁଳି , ଏକ ଆକ୍ଟିଭା ସ୍କୁଟର ସହ ଅନ୍ୟାନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶାନ୍ତି ନଗର ଅଞ୍ଚଳର ପାସକଲ ଏକ୍କା ଏବଂ ଏଫ ସି ଆଇ ବସ୍ତିର ସୁବ୍ରତ ସମଦ। ଏହି ଦୁଇଜଣ ବିଭିନ୍ନ ମାରଣାସ୍ତ୍ର ଧରି
ରୂପଟୋଲା ବ୍ରିଜ ନିକଟରେ ଛିଡା ହୋଇ ସହର ରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଡକାୟତି କରିବାକୁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ରଘୁନାଥପାଲି ଥାନା ପୋଲିସ ଟିମ ସେଠାରେ ଚଢ଼ାଉ କରିଥିଲେ। ପୋଲିସ କୁ ଦେଖି ଉଭୟ ଅପରାଧୀ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲେ। ଏହି ଦୁଇଜଣଙ୍କ ଛଡା ଅନ୍ୟ କେତେକ ଅପରାଧୀ ଡକାୟତି ଯୋଜନାରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ଙ୍କ ନାମରେ ରାଉରକେଲା ର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗର ଫେରାର ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.