ବଣେଇ ବନଖଣ୍ଡରେ ଗାଁ ରେ ପଶିଲା ଦନ୍ତା ହାତୀ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କଲେ।

0 283

ସୁନ୍ଦରଗଡ଼ ଜିଲା ବଣେଇ ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବଣେଇ କୁଳିପୋଷ ଫରେଷ୍ଟ ରେଞ୍ଜ ର ବଡଗାଁ ଅଞ୍ଚଳରେ ଦୁଇ ଟି ହାତୀ ଗ୍ରାମରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଏହା ସହ ଘରେ ରଖା ଯାଇଥିବା ଚାଉଳ ମଧ୍ୟ ଖାଇ ଯାଉଛନ୍ତି। ବଣାଇ ରେଞ୍ଜର ଧରଣୀଧର ପାଲି ସେକ୍ସନ ର କେଲ ଅଞ୍ଚଳରେ ଗୋଟିକିଆ ଦନ୍ତା ହାତୀ ଦୁଇ ଜଣ ଙ୍କ ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରିଥିବା ଜଣାପଡିଛି। ଏହି ହାତୀଟି ଦେବଗଡ଼ ଅଞ୍ଚଳ ରୁ ଆସିଥିବା ଜଣା ପଡ଼ିଛି। ସ୍ଥାନୀୟ ଲୋକମାନେ ବନ ବିଭାଗ କୁ ଖବର ଦେବା ପରେ ହାତୀ ଘଉଡାଇବା କାର୍ଯ୍ୟକ୍ରମ ଜାରି ରହିଛି। ଏବେ ଏହି ଗୋଠ ଛଡା ହାତୀଟି ନୂଆପାଲି ଜଙ୍ଗଲ ଥିବା ନେଇ ବନ ବିଭାଗ ତରଫରୁ ସୂଚନା ମିଳିଛି।

Leave A Reply

Your email address will not be published.