ପେଟ୍ରୋଲ ପମ୍ପରୁ ପାଣି ମିଶା ତେଲ ବାହାରୁଥିବା ଅଭିଯୋଗ।। ଟାଙ୍କି ବନ୍ଦ କଲେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ।। ତଦନ୍ତ ଆରମ୍ଭ।

0 629

ବର୍ଷା ଦିନରେ ଗାଡିର ପେଟ୍ରୋଲ ଟାଙ୍କିରୁ ପାଣି ବାହାରିବା ପ୍ରାୟ ଶୁଣିବାକୁ ମିଳେ। ଏବେ କିନ୍ତୁ ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି ମିଶା ତେଲ। ଏହି ତେଲ ପକାଇଲେ ଗାଡି ଆଉ ଆଗକୁ ବଢୁନି । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରୁ ଏବେ ଏପରି ବହୁ ଅଭିଯୋଗ ଆସୁଛି। ତେବେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିବା ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଉକ୍ତ ତେଲ ଟାଙ୍କିକୁ ବନ୍ଦ କରି ଦିଆଯାଇଛି। ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛିନ୍ତି।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଲମସି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ବହୁ ଲୋକ ନିଜ ଗାଡ଼ିରେ ତେଲ ପକାଇଥିଲେ। ମାତ୍ର କିଛି ସମୟ ପରେ ସେମାନେ ଫେରି ପାଟୁତୁଣ୍ଡ କରିଥିଲେ। ଏପରିକି ଟାଙ୍କିରୁ କିଛି ବାଟ ଯିବା ପରେ ଆଉ ଗାଡ଼ି ଆଗକୁ ଗଡ଼ି ନ ଥିଲା। ବୋତଲରେ ତେଲ ନେଇଥିବା ଲୋକେ ପହଞ୍ଚି ତାହା ତେଲ ମିଶା ପାଣି ବୋଲି ଦେଖାଇ ପାଟିତୁଣ୍ଡ କରିଥିଲେ। ଫଳରେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା।

ପ୍ରବଳ ବର୍ଷା ଯୋଗୁ ଟାଙ୍କିରେ ପାଣି ପଶି ଏପରି ସମସ୍ୟା ହୋଇଥିବା କହିଛନ୍ତି ତେଲ ଟାଙ୍କି କର୍ତ୍ତୃପକ୍ଷ । ଏପରି ଅଭିଯୋଗ କରିଥିବା ବହୁ ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଆଜି ସକାଳୁ ଟାଙ୍କି ବନ୍ଦ କରାଯାଇଥିବା ସେ କହିଛନ୍ତି। ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.