ସୁନ୍ଦରଗଡରେ ରାଜ୍ୟର ଦୂତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା।। ବନ୍ଦ ଯୋଗୁଁ ସୁନ୍ଦରଗଡ ରେ ଜୀବନଯାତ୍ରା ପ୍ରଭାବିତ।
ସୁନ୍ଦରଗଡରେ ରାଜ୍ୟର ଦୂତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡିଶା ଯୁବ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ର ପ୍ରଭାବ ସୁନ୍ଦରଗଡ଼ ରେ ପରିଲକ୍ଷିତ ହେଉଛି। ଦୋକାନ ବଜ଼ାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଯୁବମଞ୍ଚର ସଦସ୍ୟ ମାନେ ରାଣୀ ବଗିଚା ବାଇପାସ ଏବଂ କିରେଇ ବାଇପାସ ରେ ରାସ୍ତା ଅବରୋଧ କରିଥିବାରୁ ବିଜୁ ଏକ୍ସପ୍ରେସରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହି ବନ୍ଦ କୁ ବିଭିନ୍ନ ରାଜନୈତିକ ଦଳ , ସାମାଜିକ ସଂଗଠନ , ସଚେତନ ନାଗରିକ ମଞ୍ଚ ସମେତ ସମସ୍ତ ଜନ ସାଧାରଣ ସମର୍ଥନ ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ଦାବିରେ ସ୍ଥାନୀୟ
ଡି ଆର ଡି ଏ ଛକରେ ଚାଲିଥିବା ଅନଶନ ଜାରି ରହିଛି। ପଶ୍ଚିମ ଓଡିଶା ଯୁବମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ଚାରି ଜଣ ସଦସ୍ୟ ଏହି ଅନଶନରେ ବସିଛନ୍ତି। ସରକାର ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା କରିବାକୁ ମନା କରିବା ପରେ ୧୬ ତାରିଖରୁ ଏହି ଅନଶନ ଜାରି ରହିଛି।