ବାର୍ଦ୍ଧକ୍ୟ ଭତ୍ତା ନେଇ ଫେରୁଥିବା ବେଳେ କାର ଧକ୍କାରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ।। କାର ଚାଳକ ଫେରାର।

0 1,006

ବେପରୁଆ ଗାଡି ଚାଳନାର ଦୁଃଖଦ ପରିଣତି। ରାଉରକେଲା ରିଙ୍ଗରୋଡ଼ ରେ କାର ଧକ୍କାରେ ଜଣେ ବୟସ୍କ ଲୋକ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣା ଘଟିଛି ସରଣା ଛକ ନିକଟ ରିଙ୍ଗରୋଡ଼ ରେ। ପୋଲିସ କାର କୁ ଜବତ କରି ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ ରୋଡ ରେ ରହୁଥିବା ହରେକୃଷ୍ଣ ଦାସ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ନେଇ ଚାଲି ଚାଲି ଫେରୁଥିବା ବେଳେ ସରଣା ଛକ ନିକଟରେ ଏକ କାର ତାଙ୍କ ଉପରେ ଚଢାଇ ଦେଇଥିଲା। ବୃଦ୍ଧ ବ୍ୟକ୍ତି ଜଣକ ଫୁଟ ପାଥ ରେ ଚାଲି ଚାଲି ଯାଉଥିବା ବେଳେ କାର ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ତାଙ୍କ ଉପରେ ଚଢାଇ ଦେଇଥିଲେ। ଘଟଣା ସ୍ଥଳରେ ଉକ୍ତ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଧକ୍କା ମାରିଥିବା ଲାଲ ରଙ୍ଗର ବଲେନୋ କାରଟି ଚଳାଉଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
ରାଉରକେଲା ସହରରେ କିଛିଦିନ ହେଲା ବହୁ ନାବାଳକ କାର ଚଳାଇବା ଦେଖାଯାଉଛି। ଯାହା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି।

Leave A Reply

Your email address will not be published.