ସ୍ବାଧୀନତାର ଅମୃତ ମହୋତ୍ସବ ଫଟ ଚିତ୍ର ପ୍ରଦର୍ଶନୀ ଉଦଯାପିତ।। ତିନିଦିନ ଧରି ରାଉରକେଲା ରେଳ ଷ୍ଟେସନ ରେ ଚାଲିଥିଲା ପ୍ରଦର୍ଶନୀ।
କେନ୍ଦ୍ର ସରକାରଙ୍କ ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ରେଳଷ୍ଟେସନଠାରେ ଚାଲିଲଥିବା ତନି ଦିନିଆ ସ୍ୱାଧୀନତାର ଅମୃତ ମହୋତ୍ସବ ଫଟୋଚ୍ଚିତ୍ର ପ୍ରଦର୍ଶନୀ ଗତ ସଂନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏଥିରେ ପୂର୍ବତନ ନଗରପାଳ ନିହାର ରୟ ମୁଖ୍ୟ ଅତିଥିରୁପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ବ ସରକାର ସାମାଜିକ ଅର୍ଥନୈତିକ ଶିକ୍ଷା ଓ ସାମାଜିକ କ୍ଷେତ୍ର ରେ ଦେଶକୁ ସ୍ବାବଲମ୍ବୀ କରିବାରେ ସଫଳ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ଏଥିରେ ରାଉରକେଲା ରେଳବାଇ ର ଏଆର ଏମ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସ୍ବାଧିନତାର ଅମୃତ ମହୋଛବ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ ଦିଗରେ ପ୍ରଛାହିତ କରୁଛି ବୋଲି ମତବ୍ୟକ୍ତ କରିଛନ୍ତି।
ତୃତୀୟ ଦିନ ବା ଉଦ୍ଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଚିତ୍ରାଙ୍କନ ମାଧ୍ୟମରେ ସ୍ୱାଧୀନତାର ଅମୃତ ମହୋତ୍ସବ ବିଷୟବସ୍ତୁଗୁଡ଼ିକୁ ପ୍ରତିଫଳନ କରିଥିଲେ । ଏଥିରେ କୃତିତ୍ବ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରିତ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା। ଏହି ତିନିଦିନିଆ ଫଟୋଚିତ୍ର ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଶ୍ରୀ ରାମେଶ୍ବର ନାୟକ ପରିଚାଳନା କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷତା ହାସଲ କରିଥିବା ୫ ଜଣ ବିଶିଷ୍ଟ ବ୍ୟକ୍ତି ଅନ୍ତର୍ଜାତୀୟ ହକି ଖେଳାଳି ଲାଜରୁସ ବାର୍ଲା, ଅବସରପ୍ରାପ୍ତ ପି୍ରନ୍ସିପାଲ ପ୍ରଫେସର ଜେ.କେ.ରାଓ, ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ବଡ଼ ନାତୁଣୀ ବିନିତା ସୋଏ, ସମାଜସେବୀ ଶ୍ରୀମତୀ ହେମା ଏକ୍କା ଓ ନିଖିଳ ଉକ୍ରଳ କୈବର୍ତ୍ତ ସମାଜର ସଭାପତି ଅର୍ଜୁନ ଚରଣ ସାହୁଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ । ତେବେ ଏହି ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ପ୍ରତ୍ୟେକ ସନ୍ଧ୍ୟାରେ ବଲାଙ୍ଗିରରୁ ଆସିଥିବା ଢ଼ୋଲମହୁରୀ କଳାପରିଷଦର କଳାକାରଙ୍କ ଦ୍ୱାରା ଲୋକଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଏହି ପ୍ରଦର୍ଶନୀଟିକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଯୋଗାଯୋଗ କାର୍ଯ୍ୟାଳୟ ସମ୍ବଲପୁର ଓ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟ ଆୟୋଜନ କରିଥିବାବେଳେ ଏଥିରେ ଦେଶ ବିଭାଜନ ସମୟର ବିଭିଷିକା ସ୍ମୃତି ଓ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀଙ୍କ ଦୁର୍ଲଭ ଫଟୋଚିତ୍ର ପ୍ରଦର୍ଶନ କରାଯାଇଛି ।