ହଷ୍ଟେଲ ରୁ ନିଖୋଜ ଥିବା ସ୍କୁଲ ଛାତ୍ରଙ୍କ ମୃତ ଶରୀର ଏକ ଗଛ ତଳୁ ଉଦ୍ଧାର।। ଗତକାଲି ରାତିରୁ ହଷ୍ଟେଲ ରୁ ନିଖୋଜ ଥିଲେ।

0 219

ସୁନ୍ଦରଗଡ଼ ୨/୮/୨୨
(ସତ୍ୟା ନ୍ୟୁଜ ବ୍ୟୁରୋ)
ମଙ୍ଗଳବାର ସକାଳୁ ହେମଗିର ଥାନା ଗର୍ଜନବାହାଲ ହାଇସ୍କୁଲ ପଛପଟ ଏକ କୁସୁମ ଗଛ ତଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ହେଲେ ଦୁର୍ଗାପ୍ରସାଦ ଖଣ୍ଡା। ତ‌ାଙ୍କ ଘର ଝାରସୁଗୁଡା ଜିଲ୍ଲା ବେଲପାହାଡ ନିକଟ ଗୁମେଡେରା ରେ ବୋଲି ଜଣାଯାଇଛି।
ଗର୍ଜନବାହାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଦୁର୍ଗାପ୍ରସାଦ ହଷ୍ଟେଲରେ ରହୁଥିଲେ। ଗତକାଲି ରାତିରେ ହଷ୍ଟେଲର ଉପସ୍ଥାନ ପକାଯିବା ବେଳେ ସେ ନଥିବା ଜଣାପଡିଥିଲା। ସ୍କୁଲ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ ତାଙ୍କୁ ପାଇ ନଥିଲେ। ଆଜି ସକାଳୁ ଛାତ୍ରଙ୍କ ମୃତଦେହ ଗଛତଳେ ପଡିଥିବା କିଛି ଲୋକ ଦେଖି ସ୍କୁଲକୁ ସୂଚନା ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ଛାତ୍ରଜଣକ ସେ ସ୍ଥାନକୁ ଗଲେ ଓ ପ୍ରାଣ ହରାଇଲେ ତାହା ଜଣାପଡିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.