ବଣାଇ ଫରେଷ୍ଟ ଡିଭିଜନର
କୁଳିପୋଷ ରେଞ୍ଜ ର ବିଭିନ୍ନ ଗ୍ରାମରେ ଏବେ ହାତୀ ଉପଦ୍ରବ ବଢି ଚାଲିଛି। ମହୁଲଡିହା, ସିହିଡିହା, ରୁଗୁଡା, ଜlଙ୍ଗଳା ଆଦି ଅଞ୍ଚଳ ରେ ରେ ଗତ ଦୁଇ ଦିନ ହେଲା ୧୬ ଟିକିଆ
ହାତୀ ପଲ୍ଲ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ହାତୀ ପଲ୍ଲ ଦିନରେ ଜଙ୍ଗଲ ରେ ରହୁ ଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ରୁ ବାହାରି ରାସ୍ତା ଉପରକୁ ଆସି ଯାଉ ଛନ୍ତି। ଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି। ହାତୀ ପଲ୍ଲ ଧାନ ଫସଲ ନଷ୍ଟ କରିଦେଉଥିବା ଅଭିଯୋଗ ହେଉଛି। ଏହି ୧୬ ଟିକିଆ ହାତୀ ପଲ୍ଲରେ ଦୁଇଟି ଶାବକ ହାତୀ ଅଛନ୍ତି। ବନ ବିଭାଗ ହାତୀ ପଲ୍ଲ କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।