ରାଜଗାଙ୍ଗପୁର ଅଞ୍ଚଳରେ ଦୁଇଟି ଅପ ମୃତ୍ୟୁ ଘଟଣା।। ହୃଦଘାତ ରେ ଘୋଘରରେ କାଉଡ଼ିଆଙ୍କ ମୃତ୍ୟୁ।। ସାଇକେଲ ରୁ ପଡି ଯୁବକଙ୍କ ମୃତ୍ୟୁ।

0 456

ମୃତ୍ୟୁ ଏମିତିବି ଆସେ। ରାଜଗାଙ୍ଗପୁର ଅଞ୍ଚଳରେ ଦୁଇଜଣଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ଛତିଶଗଡ଼ ରୁ ଜଳ ଚଢାଇବାକୁ ଘୋଘର ଆସିଥିବା ଦିଲେଶ୍ୱର ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଘୋଘରଧାମ ରେ ମୃତ୍ୟୁ ବରଣ କରିଛନ୍ତି। ହୃଦଘାତ କାରଣ ରୁ ଦିଲେଶ୍ୱରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଅନ୍ୟ ଏକ ଘଟଣାରେ ସାଇକେଲ ରୁ ପଡି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ରାଜଗାଙ୍ଗପୁର କୁଟୁନିଆ ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ମଙ୍ଗଳୁ ଲାକ୍ରା । ଏ ବାବଦରେ ରାଜଗାଙ୍ଗପୁର ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.