ରାଉରକେଲା ପ୍ରଶାସନର ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ପାଳନ

0 509

ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୨ ତମ ଜୟନ୍ତୀ ରାଉରକେଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି। ଆଜି ସକାଳ ୮.୩୦ ମିନିଟ ରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଶ୍ରୀ ଦିବ୍ଯ ଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ, ପାନପୋଷ ଶ୍ରୀ ଦୌଲତ ଚନ୍ଦ୍ରକାର ତଥା ଉପୟୁକ୍ତ ଶ୍ରୀ ସୁଧାଶୁ ଭୋଇ ପାନପୋଷ ଛକ ସ୍ଥିତ ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ମାଲ୍ୟାର୍ପଣ ସମୟରେ ବିଭିନ୍ନ ବିଭାଗ ର ବରିଷ୍ଠ ଅଧିକାରୀ ତଥା ଅନେକ ଗଣମାନ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ। ଏହା ପୂର୍ବରୁ ସକାଳେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଇ ସହର ପରିକ୍ରମା କରାଯାଇ ଥିଲା।

Leave A Reply

Your email address will not be published.