ସୁନ୍ଦରଗଡ ଜିଲ୍ଲାରେ ଛତୁ ଚାଷ କୁ ଉତ୍ସାହିତ କରିବା ଲାଗି ପ୍ରଶାସନ ର ବିଭିନ୍ନ ପଦକ୍ଷେପ।

0 307

ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ପ୍ରଶାସନ ପକ୍ଷରୁ ଛତୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଚଳିତ ବର୍ଷ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ମୋଟ ୪୨ ଜଣ ଚାଷୀ ଛତୁ ଚାଷ କରି ଭଲ ରୋଜଗାର କରୁଛନ୍ତି।

ଛତୁ ଚାଷ ପାଇଁ ଚାଷୀଙ୍କୁ ହାଗ୍ରୋମିଟର, ପାଣିଟାଙ୍କି, ପାୱାର ସ୍ପ୍ରେ ଆଦି ସହିତ ଘର ତିଆରି ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ବୈଷୟିକ ସହାୟତା ଏବଂ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି।

Leave A Reply

Your email address will not be published.