ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଗୁରୁବାର ଦିନ ଦୁଇଟି ଜଘନ୍ୟ ହତ୍ୟାକାଣ୍ଡ ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବଡ଼ଗାଁ ଥାନା ସାଲବିରା ଗାଁ ର ମୁଖିଆ ୭୦ ବର୍ଷୀୟ ପ୍ରଫୁଲ୍ଲ ମାଝୀ ଙ୍କୁ ସେହି ଗାଁ ର ଘନଶ୍ୟାମ ମାଝୀ ନିର୍ମମ ଭାବେ ହତ୍ୟା କରିଛିନ୍ତି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ହତ୍ୟାକାରୀ ଘନଶ୍ୟାମ ମାଝୀର ମୃତ ଦେହ କିଛି ଦୂରରେ ପଡିଥିବା ଦେଖାଯାଇଥିଲା। ଅଭିଯୁକ୍ତ ଘନଶ୍ୟାମ ର ମୃତ୍ୟୁ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳି ନାହିଁ। ତେବେ ପ୍ରତିଶୋଧ ଉଦେଶ୍ୟରେ ଅଭିଯୁକ୍ତର ହତ୍ୟା ହୋଇଥିବା ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଗାଁ ମୁଖିଆ ପ୍ରଫୁଲ୍ଲ ନିଜର ଗାଈ ଖୋଜିବା ଲାଗି ବିଲ ନିକଟରେ ଥିବା ଏକ ବୁଦା ଜଙ୍ଗଲକୁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଘନଶ୍ୟାମ ଏକ ଗଇନ୍ତି ରେ ପ୍ରଫୁଲ୍ଲ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାର କିଛି ସମୟ ପରେ ଅଭିଯୁକ୍ତ ଘନଶ୍ୟାମ ର ମୃତ ଦେହ କିଛି ଦୂରରେ ମିଳିଥିଲା।
ଡବଲ ମର୍ଡର ର ସୂଚନା ପାଇବା ପରେ ବଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗାଁ ମୁଖିଆ ପ୍ରଫୁଲ୍ଲ ଙ୍କୁ ଘନଶ୍ୟାମ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ତେବେ ଘନଶ୍ୟାମ ଙ୍କୁ କିଏ ମାରିଲା ସେ ବାବଦରେ ପୋଲିସ ତଦନ୍ତ ଜାରି ରହିଛି।