୧୫ ଲକ୍ଷ ୫୬ ହଜାର ଟଙ୍କା ଅନଲାଇନ ଠକେଇ ର ପର୍ଦାଫସ କଲା ରାଉରକେଲା ସାଇବର ଥାନା ପୋଲିସ। ୩ ଅଭିଯୁକ୍ତ ଝରଖଣ୍ଡରୁ ଗିରଫ ।
ଜଣେ ଅବସର ପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଆକାଉଣ୍ଟ ରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଅନଲାଇନ ଠକେଇ ମାମଲାର ପର୍ଦାଫସ କରିଛି ରାଉରକେଲା ସାଇବର ପୋଲିସ । ବ୍ୟାଙ୍କ ଆକାଉଣ୍ଟ କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସିଷ୍ଟମ କରିବା ବାହାନାରେ ଏହି ଠକେଇ ହୋଇଥିଲା। ୨୦୨୧ ମସିହା ଡିସେମ୍ବର ୨ ତାରିଖରେ ହୋଇଥିବା ଏହି ଠକେଇ ର ଅଭିଯୁକ୍ତଙ୍କୁ ଝାରଖଣ୍ଡରୁ ଗିରଫ କରିଛି ରାଉରକେଲା ପୋଲିସ।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାର ଗଙ୍ଗାଜଲ ଗ୍ରାମର ନରେନ୍ଦ୍ର ଟପ୍ପୋ ଏହି ଠକେଇ ର ଶିକାର ହୋଇଥଲେ। ରେଳବାଇ ଚାକିରୀରୁ ଅବସର ପରେ ୩୪ ଲକ୍ଷ ୯୯ ହଜାର ଟଙ୍କା ପାଇଥିଲେ। ଏହି ଟଙ୍କା ସେ ନିଜର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ରେ ରଖିଥିଲେ। ୨୦୨୧ ମସିହା ଡିସେମ୍ବର ଦୁଇ ତାରିଖରେ ସେ ଏକ ଫୋନ କଲ ପାଇଥିଲେ। ତାଙ୍କ ଅକାଉଣ୍ଟକୁ ନେଟ ବ୍ୟାଙ୍କିଙ୍ଗ କରିବାକୁ କହି ଏକ ଲିଙ୍କ ପଠାଇଥିଲେ ସାଇବର ଠକ। ଲିଙ୍କ ରେ ନରେନ୍ଦ୍ର ହାତ ମାରିବା ପରେ
ଓ ଟି ପି ଆସିଥିଲା। ପରେ ନରେନ୍ଦ୍ର ଙ୍କ ୩ ଟି ବ୍ୟାଙ୍କ ଆକାଉଣ୍ଟ ରୁ ୧୫ ଲକ୍ଷ ୫୬ ହଜାର ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା। ନରେନ୍ଦ୍ର ଏ ବାବଦରେ ସାଇବର ଥାନାରେ କେଶ ଦେଲା ପରେ ରାଉରକେଲା ପୋଲିସ ୩ ଅଭଯୁକ୍ତଙ୍କୁ ଝରଖଣ୍ଡରୁ ଗିରଫ କରିଛି। ସେମାନଙ୍କ ଠାରୁ ବ୍ୟାଙ୍କ ପାସବୁକ , ଆଧାର କାର୍ଡ , ଏଟିମ କାର୍ଡ ନଗଦ ଟଙ୍କା ଜବତ କରାଯାଇଛି।