ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର।। ସୁନ୍ଦରଗଡ଼ ଜିଲ୍ଲାରେ ୧୦୬ ଆକ୍ରାନ୍ତ ଚିହ୍ନଟ ।

0 365

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ହଜାର ପାର କରିଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ୧୦୦ ପାର କରିଯାଇଛି। ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ଥିବା ବେଳେ ଖୋର୍ଦ୍ଧା ରେ ୩୩୫ , କଟକରେ ୨୦୫ , ସୁନ୍ଦରଗଡରେ ୧୦୬ ରହିଛି। କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କେତେକ ଜିଲ୍ଲାରେ କୋଭିଡ କଟକଣା ଲାଗୁ କରାଯାଇଛି। ଭୁବନେଶ୍ୱର , କଟକ , ସମ୍ବଲପୁର ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହା ଛଡା ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ସୁନ୍ଦରଗଡରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ରେ ଦୃତି ବୃଦ୍ଧି ପାଉଥିବା ବେଳେ ଏଠାରେ ମାସ୍କ ପରିଧାନ ଏପର୍ଯ୍ୟନ୍ତ ବାଧ୍ୟତାମୂଳକ କରାଯାଇନାହିଁ । ତେବେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ର ମୁକାବିଲା ଲାଗି ରାଜ୍ୟ ସରକାର ଏବଂ ପ୍ରଶାସନର ପ୍ରସ୍ତୁତି ଚାଲିଛି। ଆଜିଠାରୁ ୧୮ ରୁ ୫୯ ବର୍ଷର ହିତାଧିକାରୀଙ୍କୁ ପ୍ରିକସନ ଡୋଜ ଦେବା ଆରମ୍ଭ କରାଯାଇଛି। କୋଭିଡ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଗତକାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.