ରାଜଗାଙ୍ଗପୁର ରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା।। କାରଣ ଅସ୍ପଷ୍ଟ।। ପୋଲିସ ତଦନ୍ତ ଜାରି।

0 479

ରାଜଗାଙ୍ଗପୁର ସହରର ୧ ନମ୍ବର ୱାର୍ଡ କୁମ୍ଭାରପାଡ଼ା ରେ ରହୁଥିବା ଜଣେ ଶିକ୍ଷକ ବୁଧବାର ସକାଳେ ନିଜ ବେକ ରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ୪୯ ବର୍ଷୀୟ ସଂସ୍କୃତ ଶିକ୍ଷକ ସଞ୍ଜୟ ପନୱାର ନିଜ ସ୍ତ୍ରୀ ଓ ଦୁଇ ଝିଅ ସହ ନିଜ କୁମ୍ଭାର ପଡା ସ୍ଥିତ ଘରେ ରହୁଥିଲେ।ସେ ପ୍ରତିଦିନ ପରି ଆଜି ସକାଳେ ଉଠି ନିଜ ନିତ୍ୟକର୍ମ କରିବା ପରେ ଝିଅ ମାନଙ୍କୁ ସ୍କୁଲରେ ଛାଡି ଘର କୁ ଫେରି ଥିଲେ । କିଛି ସମୟ ତାଙ୍କୁ ଦେଖି ନପରିବାରୁ ସଂଜୟଙ୍କ ସ୍ତ୍ରୀ ତାକୁ ଖୋଜିବାକୁ ଉପରକୁ ଯାଇଥିଲେ। ତୃତୀୟ ମହଲା ର ନିର୍ମାଣାଧୀନ ରୋଷେଇ ଘରେ ଓଢଣୀ ରେ ସଞ୍ଜୟଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଆଖ ପାଖ ଲୋକଙ୍କ ସହାୟତା ରେ ସଞ୍ଜୟଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ନେଇ ଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ। ସଞ୍ଜୟ ଅତ୍ୟନ୍ତ ଲୋକପ୍ରିୟ ସାଂସ୍କୃତ ଶିକ୍ଷକ ଥିଲେ ଓ ଚୁଙ୍ଗୀମାଟି ଉଚ୍ଚ ବିଦ୍ୟାଳୟ ରେ ପାଠ ପଢ଼ାଉ ଥିଲେ। ସ୍କୁଲ କାର୍ଯ୍ୟ କୁ ନେଇ କିଛି ଚାପ ରେ ଥିଲେ ଓ ଚାକରି ଛାଡି ଦେବା ନେଇ ଅନେକ ଥର ନିଜ ସ୍ତ୍ରୀଙ୍କ ଆଗ ରେ କହିଥିବା ଜଣାପଡିଛି। ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.