ରାଉରକେଲା ରେ ଏକ କପଡା ଗୋଦାମ ରୁ ଯୁବତୀଙ୍କ ଝୁଲନ୍ତା ଶବ ମିଳିବା ଘଟଣା ଭିନ୍ନ ମୋଡ଼ ନେଇଛି। ପାୱାର ହାଉସ ରୋଡ଼ ବଙ୍ଗାଳିପଡା ର ଏକ କପଡା ଗୋଦାମ ରୁ ସୋମବାର ରାତିରେ ମିଳିଥିଲା ଶବ। ମୃତକ ଯୁବତୀ ଉକ୍ତ କପଡା ଦୋକାନରେ କାମ କରୁଥିଲେ। ଏ ବାବଦରେ ଉଦିତ ନଗର ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ କରାଯାଇଛି। ଯୁବତୀଙ୍କ ମା ଙ୍କ ଏତେଲା କ୍ରମେ ଏହି ମାମଲା ଦାୟର କରାଯାଇ ତଦନ୍ତ ଜାରି ରହିଛି। ତାଙ୍କ ଝିଅକୁ ହତ୍ୟା କରାଯାଇ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା। ଏହି ମାମଲାର ତଦନ୍ତ ଲାଗି ଦୁଇଜଣ ଇନିସ୍ପେକ୍ଟର ଙ୍କୁ ଦାଇତ୍ୱ ଦିଆଯାଇଛି ବୋଲି ଅତିରିକ୍ତ ଏସ ପି ବିକ୍ରମ କେଶରୀ ଭୋଇ କହିଛନ୍ତି।