ରାଉରକେଲା ଏକ୍ସସାଇଜ ବିଭାଗ ପକ୍ଷରୁ କୋଣାର୍କ ସିନେମା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ବେଆଇନ ମଦ ଚାଲାଣ ଅଭିଯୋଗରେ ଚାରି ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ସୁଦର୍ଶନ ସାହୁ,
ସୁବୋଧ ସାହୁ, ସ୍ୱଦୀପ ଲାକ୍ରା ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୭୭୧ ଲିଟର ଦେଶୀ ମଦ, ୧୫.୬୦୦ ଲିଟର ବିୟର ଜବତ କରାଯାଇଛି। ଏହାସହ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ମୋବାଇଲ୍ ଫୋନ୍, ଗୋଟିଏ ସ୍କର୍ପିଓ (ମହିନ୍ଦ୍ରା) ଗାଡି, ଗୋଟିଏ ସୁଜୁକି ଆକ୍ସେସ୍ ସ୍କୁଟି , ଯାହା ମଦ ପରିବହନରେ ବ୍ୟବହୃତ ହେଉଥିଲା ଜବତ କରାଯାଇଛି | ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।