ରେଳ ବୋର୍ଡ ଅଧ୍ୟକ୍ଷ ବିନୟ କୁମର ତ୍ରିପାଠୀ ଙ୍କ ରାଉରକେଲା ଗସ୍ତ।। ବିଭିନ୍ନ ପ୍ରକଳ୍ପ ର ସମୀକ୍ଷା କଲେ।

0 394

ରେଳ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ ଶନିବାର ରାତି ରେ ଆସି ରାଉରକେଲାରେ ପହଞ୍ଚିଛନ୍ତି। ରାତି ପ୍ରାୟ 9:30 ସମୟରେ ସେ ଷ୍ଟେସନ ରେ ପହଞ୍ଚିଥିଲେ। ରାଉରକେଲା ଇସ୍ପାତ କାରଖାନା ଅଧିକାରୀ , ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ କରିଥିଲେ। ଷ୍ଟେସନରୁ ଶ୍ରୀ ତ୍ରିପାଠୀ ରାଉରକେଲା ହାଉସ କୁ ଯାଇଥିଲେ। ଶ୍ରୀ ତ୍ରିପାଠୀ ରବିବାର ଆରଏସପି ପରିଦର୍ଶନ କରିଛନ୍ତି। ପରେ ରାଉରକେଲା ଏବଂ ବନ୍ଧମୁଣ୍ଡା ଷ୍ଟେସନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଯାଞ୍ଚ କରିଛନ୍ତି। ରେଳ ବୋର୍ଡ ଅଧ୍ୟକ୍ଷ ଙ୍କ ସହ ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଜିଏମ୍ ଅର୍ଚ୍ଚନା ଯୋଶୀ ଏବଂ ଜୋନ୍ ର ବରିଷ୍ଠ ଅଧିକାରୀମାନେ ଏହି ଗସ୍ତରେ ସାମିଲ ଥିଲେ। ରେଳବାଇ ବୋର୍ଡ ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କ ଗସ୍ତ ସମୟରେ ଷ୍ଟେସନରୁ ତାଙ୍କ ରହିବା ସ୍ଥାନ ରାଉରକେଲା ହାଉସ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.