ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମ ର ପ୍ରୟାସ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଝାରଖଣ୍ଡ ରୁ ଚାରିଜଣ ବାଳକ ତାଙ୍କ ବନ୍ଧୁଙ୍କ ଘରକୁ ବୁଲି ଆସିଥିଲେ। ଶନିବାର ଦିନ ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଦୁଇଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଡି ଯାଇଥିବା ଅନ୍ୟ ଦୁଇ ବାଳକ ଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀ ର ଉଦ୍ୟମ ଜାରି ରହିଛି।