ଗାଡି ଯାଞ୍ଚ ପ୍ରକ୍ରିୟା ରେ ଅବ୍ୟବସ୍ଥା।। କାର ମାଲିକଙ୍କୁ ନୋ ହେଲମେଟ ଚାଲାଣ।

0 1,176

ସୁନ୍ଦରଗଡରେ ଏମିତି ଚାଲିଛି ଗାଡି ଯାଞ୍ଚ। ଉଭୟ ପୁଲିସ ଓ ପରିବହନ ବିଭାଗର ତ୍ରୁଟିରୁ ଦୁଇ ଓ ଚାରି ଚକିଆ ଗାଡି ଚାଳକଙ୍କୁ ଏହାର ଦଶା ଭୋଗିବାକୁ ପଡୁଛି। କେତେବେଳେ ମୋଟରବାଇକ୍‌ ମାଲିକଙ୍କ ନାଁରେ କଟୁଛି ନୋ ସିଟ୍‌ ବେଲ୍‌ଟ ଚାଳାଣ। ପୁଣି ଅନ୍ୟ କେତେବେଳେ କାର୍‌ ମାଲିକଙ୍କୁ ନୋ ହେଲ୍‌ମେଟ ଜରିମାନା। ଆଜି ସହରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଛେଣ୍ଡକଲୋନି ଏଲ୍‌ସିଆର୍‌ ବ୍ଲକର ସୁରେଶ କୁମାର ମହାନ୍ତିଙ୍କର ଏକ କାର୍‌ ରହିଛି। ଯାହାର ନମ୍ବର ହେଉଛି ଓଡ଼ି ୧୪ୱାଇ-୦୮୨୬। ତାଙ୍କୁ କଟାଯାଇଛି ନୋ ହେଲମେଟ୍‌ ଚାଲାଣ। ତାଙ୍କ ଗାଡି ରାଉରକେଲା ରେ ଥିବା ବେଳେ ସୁନ୍ଦରଗଡରେ କଟିଛି ଚାଲାଣ। କାର୍‌ ମାଲିକଙ୍କୁ ନୋ ହେଲମେଟ୍‌ ଚାଲାଣ ଆସିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଡି ଯାଞ୍ଚରେ ଥିବା ପୁଲିସର ଏଭଳି ତ୍ରୁଟି ପ୍ରତିବାଦରେ ସୁରେଶ ମହାନ୍ତି ଥାନାର ଦ୍ବାରସ୍ଥ ହୋଇଥିଲେ। କାର୍ଯ୍ୟରେ ଅବହେଳା କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ମାତ୍ର ଥାନାରେ ଥିବା ପୁଲିସ କର୍ମଚାରୀ ଏହି ମାମଲା ଆମର ନୁହେଁ। ପରିବହନ ବିଭାଗର। ସେମାନଙ୍କୁ ଯାଇ କୁହନ୍ତୁ ବୋଲି କହି ‌ ସୁରେଶଙ୍କୁ ଥାନାରୁ ଫେରାଇ ଦେଇଥିଲେ। ସୁରେଶ ଥାନାର ପୁଲିସ କର୍ମଚାରୀଙ୍କ କହିବାନୁଯାୟୀ ସୁରେଶ ରାଉରକେଲା ପରିବହନ ଅଫିସକୁ ଯାଇଥିଲେ। ଦାୟିତ୍ବରେ ଥିବା ଅଧିକାରୀ ସେହି ସମାନ କଥା କହିଥିଲେ। ଏହି କାମ ଆମର ନୁହେଁ, ଆପଣ ଥାନାକୁ ଯାଆନ୍ତୁ ବୋଲି କହି ଫେରାଇ ଦେଇଥିଲେ। ସୁରେଶ ଥାନାରୁ ପରିବହନ ଅଫିସ୍‌କୁ ଯାଇଥିଲେ। ମାତ୍ର କିଛି ଫଳ ମିଳି ନଥିଲା। ଉଭୟ ପୁଲିସ ଓ ପରିବହନ ବିଭାଗର ପରସ୍ପର ଉପରେ ‌ଦୋଷ ଲଦୁଥିବାରୁ ସୁରେଶ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ଉଭୟ ପରିବହନ ବିଭାଗ ଓ ପୁଲିସକୁ ଗାଡି ଯାଞ୍ଚ ଦାୟିତ୍ବ ଦିଆଯାଇଥିଲା। ତ୍ରୁଟି ଲୁଚାଇବାକୁ, ଏହାର ଆମର କାମ ନୁହେଁ ବୋଲି କହି କାମ ସାରି ଦେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.