ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ।। ନବୀନ ଦ୍ରୌପଦୀଙ୍କୁ ସ୍ୱାଗତ କରି ପୂର୍ଣ୍ଣ ସମର୍ଥନ ଘୋଷଣା କଲେ।
ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଶ୍ରୀମତୀ ମୁର୍ମୁ ଓଡ଼ିଶାରେ ସାଂସଦ ଏବଂ ବିଧାୟକ ମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ସହ ଦଳମତ ନିର୍ବିଶେଷରେ ଓଡିଶାର ଗର୍ବ ଓ ଗୌରବ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଦ୍ରୌପଦୀ ଙ୍କ ପ୍ରାର୍ଥୀତ୍ବ କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଦ୍ରୌପଦୀ କହିଛନ୍ତି ଯେ ” ଭଉଣୀ ମାଗିବା ପୂର୍ବରୁ ଭାଇ ମନଚାହିଁ ସବୁ ଦେଇଥାଏ। ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲି, ମୁଁ ମାଗିବା ଆଗରୁ ସେ ମତେ ସମର୍ଥନ ଦେଇଛନ୍ତି
ଏଥିପାଇଁ ସେ ଚିରନମସ୍ୟ”
ପରେ ନବୀନ ନିବାସ ରେ ଦ୍ରୌପଦୀ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାନ୍ନ ଭୋଜନରେ ସାମିଲ ହୋଇଥିଲେ।