ପଶ୍ଚିମ ଓଡ଼ିଶାର ସମ୍ବଲପୁର ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କଲେ ରାଜଗାଙ୍ଗପୁର ଓଲିଲ ସଙ୍ଘ।। ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର
ଗୋଟିଏ ପଟେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ଦାବି ଜୋର ଧରିଥିବା ବେଳେ ଏବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୁଣି ଆରମ୍ଭ ହୋଇଗଲାଣି। ରାଜଗାଙ୍ଗପୁର ଓକିଲ ସଂଘ ପକ୍ଷରୁ ସମ୍ବଲପୁରରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରାଯାଇଛି । ଓକିଲ ମାନେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜଗାଙ୍ଗପୁର ଓକିଲ ସଂଘ ବହୁ ଦିନ ଧରି ଦାବି କରି ଆସୁଛି।