ମଧ୍ୟାନ୍ନ ଭୋଜନ ଖାଇ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ।। ବିଭିନ୍ନ ହସପିଟାଲ ରେ ଚାଲିଛି ଚିକିତ୍ସା।। କୋଇଡା ବ୍ଲକ ସେବାଶ୍ରମ ସ୍କୁଲ ର ଘଟଣା।

0 330

ରାଉରକେଲା: ମଧ୍ୟାହ୍ନ ଭୋଜନ ଖାଇ କୋଇଡା ବ୍ଲକ ଅନ୍ତର୍ଗତ ଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲର ୧୦୦ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ବଣାଇଗଡ , କୋଇଡା , ଲହୁଣୀପଡା , ରାଉରକେଲା ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରୀ ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଆଶ୍ରମ ସ୍କୁଲ ହଷ୍ଟେଲର ଅଧୀକ୍ଷକ ଓ ସ୍କୁଲର ଶିକ୍ଷକମାନେ ଡାକ୍ତରଖାନାରେ ପହଞ୍ଚି ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକ୍ରାନ୍ତରେ ଡାକ୍ତରଙ୍କୁ ପଚାରି ବୁଝୁଛନ୍ତି। ଗୁରୁତର ହେଉଥିବା ଛାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ଭାତ ଓ ଡାଲ୍‌ମା ଖାଇବା ପରେ ଜଣେ ପରେ ଅସୁସ୍ଥ ହୋଇପଡିଥିବା ଆଶ୍ରମ ସ୍କୁଲ ହଷ୍ଟେଲ ପକ୍ଷରୁ କୁହାଯାଇଛି। ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଏଭଳି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଭିଭାବକ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦାୟିତ୍ବରେ ଥିବା କର୍ମଚାରୀଙ୍କ ବି‌ରୋଧରେ କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ମିଳିଥିବା ସୂଚନା ମୁତାବକ କୋଇଡା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲରେ ପ୍ରାୟ ୨୦୦ରୁ ଅଧିକ ଛାତ୍ରୀ ରହନ୍ତି। ଗତକାଲି ଓ ଆଜି ମଧ୍ୟାହ୍ନ ‌ଭୋଜନରେ ଛାତ୍ରୀମାନେ ଭାତ ଓ ଡାଲ୍‌ମା ଖାଇଥିଲେ। କିଛି ସମୟରେ ୨/୩ ଜଣ ଛାତ୍ରୀଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଅନ୍ୟ କିଛି ଛାତ୍ରୀଙ୍କ ପେଟ୍‌ ବ୍ୟଥା ହେବାରୁ ଅସୁସ୍ଥ ହୋଇପଡିଥିଲେ। ଆଜି ମଧ୍ୟ କିଛି ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ହଷ୍ଟେଲ ପକ୍ଷରୁ ପ୍ରଥମେ ୭୦ରୁ ଅଧିକ ଛାତ୍ରୀଙ୍କୁ ବଣାଇଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏମିତି ଭାବେ ଜଣେ ପରେ ଜଣେ ଛାତ୍ରୀଙ୍କୁ ବଣାଇଗଡ ଡାକ୍ତରଖାନକୁ ଅଣାଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଛାତ୍ରୀଙ୍କୁ ଖାଇବାକୁ ଦିଆଯାଇଥିବା ଖାଦ୍ୟ ବିଷାକ୍ତ ହେବାରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ରାଜଗାଙ୍ଗପୁର ଓ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଣ୍ଢେଇଡିହା ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇଁ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇଥିଲେ। ବାରମ୍ବାର ସେବାଶ୍ରମ ସ୍କୁଲ ହଷ୍ଟେଲରେ ଖାଦ୍ୟ ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥ ଓ ଗୁରୁତର ହେଉଛନ୍ତି। ଘଟଣା ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି କାମସାରି ଦେଉଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.