ବଜ୍ରପାତରେ ବାପ,ପୁଅଙ୍କ ମୃତ୍ୟୁ।। କ୍ଷେତରେ କାମ କରୁଥିବା ବେଳେ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା।

0 374

ବଜ୍ରାଘାତରେ ଯାଇଛି ବାପ ପୁଅର ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ପଡାସାହିରେ। ମୃତକମାନେ ହେଲେ ସୁଦନ ଏକ୍କା (୫୩) ଓ ତାଙ୍କ ପୁଅ ସହଦେବ ଏକ୍କା (୩୦)। ଗୁରୁଣ୍ଡିଆ ପୁଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନରେ ଉଭୟ ବାପ ପୁଅ ଚାଷ କରିବାକୁ କ୍ଷେତରେ ହିଡ଼ ବନ୍ଧା କାମ କରୁଥିଲେ। ହଠାତ୍‌ ଘଡ଼ଘଡି ସହ ବର୍ଷା ହୋଇଥିଲା। ବାପ ପୁଅ କ୍ଷେତିରୁ ନଯାଇ କାମ ଜାରି ରହିଥିଲେ। କିଛି ସମୟରେ ହଠାତ୍‌ ବ୍ରଜାଘାତ ହେବାରୁ ଉଭୟ ବାପ ପୁଅ ଗୁରୁତର ଅବସ୍ଥାରେ କ୍ଷେତରେ ପଡିଯାଇଥିଲେ। କ୍ଷେତରେ କାମ କରୁଥିବା ଅନ୍ୟ ଚାଷୀମାନେ ବାପ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୁରୁଣ୍ଡିଆ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ବାପ-ପୁଅଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.