ବିଦ୍ୟା ଷ୍ଟଡି ପଏଣ୍ଟ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟ ତିଥି ପାଳିତ।

0 267

ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପରିସରରେ ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ୯୪ତମ ପୂଣ୍ୟତିଥି ବିଦ୍ୟା ଷ୍ଟଡ଼ି ପଏଂଟରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ବକୁଳ ବନର ବୈରାଗୀ ସ୍ୱର୍ଗତଃ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଭକ୍ତିପୂତ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ କିରଣ କୁମାର ପଣ୍ଡା,ବସନ୍ତ କୁମାର ଦାସ,ସୁନୀଲ ସାମଲ ନିଜ ବକ୍ତବ୍ୟରେ ଗୋପବନ୍ଧୁଙ୍କୁ ଦରିଦ୍ର ନାରାୟଣ ସେବାର ଅନ୍ୟତମ ପ୍ରତୀକ ଭାବେ ଅବିବହିତ କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ କୀରଣ କୁମାର ପଣ୍ଡା କହିଲେଯେ, ପଣ୍ଡିତ ଉତ୍କଳମଣି ଥିଲେ ଦୀନଜନଙ୍କ ବଂଧୁ । ସେ ଥିଲେ ଓଡ଼ିଆ ଜାତିର ପ୍ରାଣକର୍ତା ଓ ମାନବଜାତିର ଚିନ୍ତାନାୟକ । ଓଡ଼ିଆ ଜାତି ପାଇଁ ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ଅତୁଳନୀୟ ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ସାମଲ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀଙ୍କ ସମେତ ଅନୁଷ୍ଠାନର ଚନ୍ଦ୍ରଶେଖର ମୁନ୍ନୀ ସମେତ ଅନ୍ୟାନ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.