ସୁନ୍ଦରଗଡ ଜିଲ୍ଲାରେ ମଧ୍ୟାନ୍ନ ଭୋଜନ ଖାଇବା ପରେ ୪୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିବା ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଣ୍ଠୁପଡା ର ଏକ ବିଦ୍ୟାଳୟରେ । ବୁଧବାର ଦିନ ମଧ୍ୟାନ୍ନ ଭୋଜନରେ ପିଲା ମାନଙ୍କୁ ଅଣ୍ଡା , ଭାତ ଖାଇବାକୁ ଦିଆ ଯାଇଥିଲା। ଖାଇ ସାରିବା ପରେ ପିଲାମାନେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଛତ୍ରଛାତ୍ରୀ ମାନଙ୍କ ବାନ୍ତି ହେବାରୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସପିଟାଲ ପଠାଯାଇଥିଲା। ସେଠାରେ ଚିକିତ୍ସା ପରେ ସୁସ୍ଥ ହୋଇ ଛାତ୍ରଛାତ୍ରୀ ମାନେ ଘରକୁ ଫେରି ଯାଇଛନ୍ତି । ତେବେ କେଉଁ କାରଣରୁ ସ୍କୁଲ ପିଲା ଅସୁସ୍ଥ ହୋଇ ପଡିଲେ ତାହା ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଅଣ୍ଡା ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରଯାଉଛି। ପିଲାମାନେ ଅଣ୍ଡା ତରକାରୀ ଏବଂ ଭାତ ଖାଇଥିବାରୁ ଉଭୟ ଖାଦ୍ୟର ମାନ ଯାଞ୍ଚ କରାଯାଉଛି।