ହାତୀବାରି ଅଞ୍ଚଳ ଘର ଭାଙ୍ଗିଦେଲେ ହାତୀ ଦଳ ।

0 766

ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ମଣିଷ ମଧ୍ୟରେ ଲଢେଇ ଜାରି ରହିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ଦଳ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଉଛନ୍ତି । ହାତୀ ଆକ୍ରମଣରେ ନିୟମିତ ବ୍ୟବଧାନରେ ଗ୍ରାମବାସୀ ମୃତ୍ୟୁ ବରଣ କରିଥିବା ମଧ୍ୟ ଦେଖାଯାଉଛି । ଏବେ କୋଇଡା ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ଦଳ ଫସଲ ନଷ୍ଟ କରିଚାଲିଛନ୍ତି ।

କୋଇଡା , ବରସୁଆଁ ପଟେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଗତକାଲି ରାତିରେ ହାତୀଦଳ ଜିଲ୍ଲାର ହାତୀବାରି ର ଓଲାଣି ଅଞ୍ଚଳରେ ପଶି ପାଞ୍ଚଟି ନିର୍ମାଣଧୀନ ଘର ଭାଙ୍ଗିଦେଇଛନ୍ତି । ଏହି ଘର ନିକଟରେ କ୍ଷେତ ଲାଗି ଘେରା ଯାଇଥିବା ତାରବଡ ଏବଂ ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି ।
ହାତୀଦଳଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.