ଭାରତୀୟ ହକି ପୁରୁଷ ଟିମ ର ତାରକା ତଥା ସୁନ୍ଦରଗଡ ମାଟିର ପୁଅ ବିରେନ୍ଦ୍ର ଲାକ୍ରା ହକି ଖେଳରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ଭାରତୀୟ ହକି ଦଳରେ ଶ୍ରୀ ଲାକ୍ରା ଡିଫେଣ୍ଡର ଭାବେ ଖେଳୁଥିଲେ । ଟୋକିଓ ଅଲମ୍ପିକ ରେ ବ୍ରୋଞ୍ଚ ପଦକ ହାସଲ କରିବାରେ ବିରେନ୍ଦ୍ର ଙ୍କ ମୁଖ୍ୟ ଭୂମିକା ଥିଲା । ବିରେନ୍ଦ୍ର ସମୁଦାୟ ଦୁଇଶହ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତିକ ହକି ମ୍ୟାଚ ଖେଳିଛନ୍ତି । ତାଙ୍କ ଅବସର ଗ୍ରହଣ ପରେ ହକି ଇଣ୍ଡିଆ ରୁ ଏକ ଟ୍ୱିଟ ଜରିଆରେ ବିରେନ୍ଦ୍ର ଙ୍କୁ ପ୍ରଶଂସା କରାଯାଇଛି ।