ରାଉରକେଲା ସହର ସ୍ଥିତ ସିଭିଲ ଟାଉନସିପ୍ ରେ ରହିଥିବା ଇଣ୍ଡିଆନ୍ ତାଏକ୍ୱାଣ୍ଡୋ ୟୁନିଅନ ର ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ ସାହୁ ଙ୍କୁ କୁକ୍କିୱନ ସାଉଥ୍ କୋରିଆ ତରଫ ରୁ ତାଏକ୍ୱାଣ୍ଡୋ ର 5th ଡନ୍ ବ୍ଲାକ୍ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ତାଙ୍କର ଏହି ସଫଳତା ରେ ରାଉରକେଲା ର ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ଲୋକମାନଙ୍କ ତରଫ ରୁ ଅଭିନନ୍ଦନ ଏବଂ ସମ୍ବର୍ଦ୍ଧନା ବାର୍ତ୍ତା ପ୍ରଦାନ କରାଯାଉଛି। ଗତ ଚାରି ବର୍ଷ ରୁ ରାଉରକେଲାରେ ଲଗାତାର ସଙ୍କଳ୍ପନିଷ୍ଠ ହୋଇ କଠିନ ପରିଶ୍ରମ ଦ୍ଵାରା ଅନେକ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମାର୍ସିଆଲ ଆର୍ଟ ପ୍ରତି ଆକର୍ଷିତ କରାଇ ପାରିଛନ୍ତି। ଆଜି ଅନେକ ସଂଖ୍ୟା ରେ ପ୍ରତିଯୋଗୀ ମନଙ୍କୁ ପ୍ରଶିକ୍ଷଣ କେନ୍ଦ୍ର ରେ ଅଭ୍ୟାସ ଶିକ୍ଷା କରାଉଛନ୍ତି। ମାଷ୍ଟର ମୁକେଶ ଙ୍କ କହିବା ଅନୁଯାୟୀ ତାଏକ୍ଵାଣ୍ଡୋ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ର ପ୍ରଶିକ୍ଷଣ ଦେବା ପାଇଁ ଚାହୁଁଛନ୍ତି, ଯାହାଦ୍ଵାରା ବିପଦ ସମୟ ରେ ସ୍ଵୟଂ ନିଜ ସୁରକ୍ଷା କରିବା ପାଇଁ ସକ୍ଷମ ହୋଇପାରିବେ। କେବଳ ଏତିକି ନୁହେଁ ମୁକେଶ ଙ୍କୁ ପୂର୍ବ ରୁ ମଧ୍ୟ ସାଉଥ୍ କୋରିଆ ତରଫ ରୁ ଅନେକ ପୁରସ୍କାର ଓ ସାର୍ଟିଫିକେଟ ମିଳି ସାରିଛି। 2014 ମସିହା ରେ ଇଣ୍ଟରନେସନାଲ ମାଷ୍ଟର ର ଉପାଧି ମିଳିସାରିଛି। ଏହା ସହିତ ଭାରତ ରେ ତାଏକ୍ଵାଣ୍ଡୋ ର ଭଲ ପ୍ରଦର୍ଶନ କରିଥିବାରୁ 2019 ମସିହା ରେ ସାଉଥ୍ କୋରିଆ ତରଫରୁ ଟପ୍ ରେଙ୍କ ର ଆୱାର୍ଡ଼ ଦ୍ଵାରା ସମ୍ମାନିତ କରାଯାଇଥିଲା ।