ରାଉରକେଲା ହାଇୱେ ପେଟ୍ରୋଲିଂ ଟିମ ର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।

0 300

ରାଉରକେଲା ରାଜପଥ ପେଟ୍ରୋଲିଂ ଟିମ ଏବଂ ଏଲ ଏଣ୍ଡ ଟି ପକ୍ଷରୁ ଏକ ସଡକ ସୁରକ୍ଷା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଶୁକ୍ରବାର ଦିନ ଏହି କାର୍ଯ୍ୟକ୍ରମ ୧୦ ନମ୍ବର ରାଜ୍ୟ ରାଜପଥ କାଂଶବାହଲ ଟୋଲଗେଟ ନିକଟରେ କରାଯାଇଥିଲା।

ହାଇୱେ ପେଟ୍ରୋଲିଂ ଅଧିକାରୀ ବିଭିନ୍ନ ଯାନବାହନ ଚାଳକ ମାନଙ୍କୁ ସଡକ ସତର୍କତା ବାବଦରେ ସଚେତନ କରାଇଥିଲେ। ହେଲମେଟ ପିନ୍ଧି ଦୁଇଚକିଆ ଯାନ ଚଳାଇବା , କାର ଚଳାଇଲା ବେଳେ ସିଟବେଲ୍ଟ ପିନ୍ଧିବା , ଟ୍ରାଫିକ ସିଗ୍ନାଲ ମାନିବା ଆଦି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଏଲ ଏଣ୍ଡ ଟି କମ୍ପାନୀ ରୁଟ ପେଟ୍ରୋଲିଂ ର ସୁରେଶ ମିଞ୍ଜ , ଶଙ୍କର ଦାସ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ପୋଲିସ ହାଇୱେ ପେଟ୍ରୋଲିଂ ର ଗଗନ ବିହାରୀ ନନ୍ଦ , କିରଣ କୁମାର ନାୟକ ପ୍ରମୁଖ ଏହି ହାଇୱେ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.