କାଲି ଥିଲା ଝିଅ ବାହାଘର । ବାହାଘର ସରିଲା ପରେ ଆଜି ଝିଅ ବିଦା ହେବା ବେଳେ ଘଟି ଯାଇଛି ଏକ ଅଘଟଣ। ବଡଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ର ମୃତ୍ୟୁ ଘଟିଛି।
ଖୁସିର ସମୟରେ ଖେଳି ଯାଇଛି ଦୁଃଖର ମାହୋଲ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ଲମସି ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଲମସି ଗ୍ରାମରେ ମନୋଜ ମହାନ୍ତ ଙ୍କ ଝିଅ ବାହାଘର ଥିଲା। ବାହାଘର ଚାଲିଥିବା ବେଳେ ମନୋଜ ଙ୍କ ତାଙ୍କ ବଡଭାଇ ରଞ୍ଜିତ ମହାନ୍ତ ସହ କୌଣସି କାରଣରୁ ଝଗଡା ହୋଇଥିଲା। ଝଗଡା ର କିଛି ସମୟ ପରେ ରଞ୍ଜିତ ଘରୁ ପଳାଇଥିଲେ। ଆଜି ଝିଅ ବିଦା ହେଲାବେଳେ ସାନଭାଇ ମନୋଜ ରଞ୍ଜିତ ଙ୍କୁ ଡାକିଥିଲେ। ରଞ୍ଜିତ ଆସିବା ପରେ ଆଜି ପୁଣି ଝଗଡା ହୋଇଥିଲା। ଉତକ୍ଷିପ୍ତ ହୋଇ
ରଞ୍ଜିତ ଏକ ଟାଙ୍ଗିଆ ରେ ମନୋଜ ଙ୍କୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ମାଡରେ ଆହତ ମନୋଜ ଙ୍କୁ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତ ବଡଭାଇ କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।
