ଡକାୟତି ଯୋଜନା ପଣ୍ଡ।। ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଲେ ୩ ଡକାୟତ।। ପିସ୍ତଲ , ବମ , ଖଣ୍ଡା , ଭୁଜାଲି ଆଦି ଜବତ।

0 183

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଯାଇଛି।ସହରର ଏକ ବ୍ୟବସାୟୀଙ୍କ ଘରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ ପୋଲିସ ହାତରେ ଧରା ପଡିଛନ୍ତି ୩ ଜଣ ଡକାୟତ

। ଅନ୍ୟ ଦୁଇ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ପିସ୍ତଲ , ଜୀବନ୍ତ ଗୁଳି , ୨ଟି ଜୀବନ୍ତ ବମ , ଖଣ୍ଡା , ଭୁଜାଲି ଆଦି ଜବତ କରାଯାଇଛି । ଫେରାର ଅନ୍ୟ ଦୁଇ ଡକାୟତଙ୍କୁ ଗିରଫ କରିବାଲାଗି ବିଭିନ୍ନ ସ୍ଥାନରେ ପୋଲିସ ର ଚଢ଼ାଉ ଜାରି ରହିଛି । ଗିରଫ ଡକାୟତ ଛୋଟୁ କୁମାର ବର୍ମା , ଅଜୟ ଯାଦବ , ଶେଖ ସଲମାନ ଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି । ଗିରଫ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.