ରାଉରକେଲା ଆୟକର ବିଭାଗ ପକ୍ଷରୁ ସ୍ୱତନ୍ତ୍ରତା ର ୭୫ ମହୋତ୍ସବ ଆଇକନିକ ସପ୍ତାହର ସିଧା ପ୍ରସାରଣ କାର୍ଯ୍ୟକ୍ରମ।

0 309

ରାଉରକେଲା ଚାମ୍ବର ଅଫ୍ କମର୍ସ ପରିସରରେ ୭୫ ତମ ଆଜାଦୀର ଅମୃତ ମହୋତ୍ସବ ଅବସରରେ ସଂପର୍କରେ ଆଇକନିକ୍ ସପ୍ତାହ ଅଧୀନରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ ଅଫେନ୍ସ ମନ୍ତ୍ରଣାଳୟ ଅଧୀନରେ ହୋଇଥିବା କାର୍ଯ୍ୟକ୍ରମ ର ପ୍ରସାରଣ ହୋଇଥିଲା।

ୱେବ୍ ପୋର୍ଟାଲରେ ଇଭେଣ୍ଟ ଏହି କାର୍ଯ୍ୟକ୍ରମ ବିଷୟରେ ଦେଶର ୭୫ ଟି ସହରରେ ୱେବ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦଘାଟନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୧ ,୨ , ୫ , ୧୦ ,୨୦ ମୁଦ୍ରା ମଧ୍ୟ ଡିଜିଟାଲ୍ ସହିତ ଉଦଘାଟିତ ହୋଇଥିଲା | ଶିକ୍ଷା କ୍ଷେତ୍ରରେ, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଜୀବିକା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦର୍ଶନୀ ମଧ୍ୟ ଉଦଘାଟିତ ହୋଇଥିଲା। କ୍ଷୁଦ୍ର ଋଣ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ କମ ସୁଧ ରେ କୃଷି ଏବଂ ଇନଫୋଟେକ୍ କ୍ଷେତ୍ରରେ କିପରି ବିକାଶ ହୋଇପାରିବ ସେ ସମ୍ବନ୍ଧରେ ସୂଚନା ମଧ୍ୟ ଦିଆଯାଇଥିଲା। , ଚାମ୍ବର ଭବନ ପରିସରରେ ରାଉରକେଲା ଆୟକର ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏକ ବଡ଼ ଟେଲିଭିଜନ ମାଧ୍ୟମରେ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଆୟକର କମିଶନର , ଭୁବନେଶ୍ୱର, ଅରୁଣ କାନ୍ତି ସିହ୍ନା, କେନ୍ଦ୍ରୀୟ ଜିଏସ୍ ଟି କମିଶନର ରାଉରକେଲା ବିଜୟ ଋଷି, ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଅଜୟ ନାୟକ, ରାଉରକେଲା ଚାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁନୀଲ କାୟଲ, ରାଉରକେଲା ଆୟକର ବିଭାଗର ବରିଷ୍ଠ ଅଧିକାରୀ କଳ୍ପତରୁ ସାସମଲ ଏବଂ ପ୍ରଭାତ କୁମାର ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.