ପାନପୋଷ ରୋଡ଼ରେ ଲାୟନ୍ସ କ୍ଲବ , ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ ଲଗା ଗଲା।

0 358

ଲାୟନ୍ସ କ୍ଲବ ରାଉରକେଲା , ସ୍ମାର୍ଟ ସିଟି ତରଫରୁ ପାନପୋଷ ରୋଡରେ ଅବସ୍ଥିତ ହୋଟେଲ ପିପୁଲ୍ସ ସମ୍ମୁଖରେ ଏବଂ ଆଲୁମିନିୟା ମାର୍ଟ ଦୋକାନ ନିକଟରେ ଏକ ୱାଟର କୁଲର ମେସିନ ଆଜି ଲଗାଯାଇଛି ।

ଏହି ପାନୀୟ ଜଳ ମେସିନକୁ ପଦ୍ମ ଚରଣ ନାୟକ ଏବଂ ରାକେଶ ସିଂ ଉଦଘାଟନ କରିଥିଲେ। ଏହି ମେସିନ୍ ଏଠାରେ ଲଗାଯିବାର ଉଦେଶ୍ୟ , ଲୋକମାନେ ଥଣ୍ଡା ଏବଂ ବିଶୁଦ୍ଧ ପାଣି ପିଇବାକୁ ପାଇ ପାରିବେ। ଆଗାମୀ ଦିନରେ ରାଉରକେଲା ସ୍ମାର୍ଟ ସିଟିର ଲାୟନ୍ସ କ୍ଲବ୍ ଅନ୍ୟ ସ୍ଥାନରେ ମଧ୍ୟ ଥଣ୍ଡା ପାନୀୟ ଜଳ ମେସିନ ଲଗାଇବାକୁ ଯୋଜନା ରଖିଛି । ସହରର ପଥଚାରୀମାନେ ଯିବା ଆସିବା ସମୟରେ ଥଣ୍ଡା ପାଣି ପିଇ ପାରିବେ | ଏହି ଅବସରରେ ଲାୟନ୍ସ କ୍ଲବର ଦୁର୍ଗେଶ ନନ୍ଦିନୀ , ରଜନୀ ରାନୀ ଚୌଧୁରୀ ଲୋକେଶ ନାୟକ , ଦିଲୀପ ଦାସ , ଆର.କେ ସାହୁ , ସଂଗ୍ରାମ ମହାନ୍ତି , ବଳରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ |

Leave A Reply

Your email address will not be published.