ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା।। ୨ ମୃତ , ୮ ଗୁରୁତର।। ଧକ୍କା ପରେ ୨୦ ଫୁଟ ତଳକୁ ଖସି ପଡ଼ିଲା ଉଭୟ ଗାଡି।। ଲହୁଣୀପଡା ଥାନା ଅଂଚଳର ଘଟଣା।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ପୋଇଗାଁ ବ୍ରିଜ ନିକଟରେ ଅଟୋ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ଦୁଇଜଣ ମୃତ୍ୟୁ ବରଣ କରିଛନ୍ତି। ଏବି ଦୁର୍ଘଟଣାରେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି । ସୋମବାର ଅପରାହ୍ନ ରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇ ୨୦ ଫୁଟ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାର ଶିକାର ଲୋକମାନେ ବଣାଇ ହାଟ ସାରି ନିଜ ଗ୍ରାମ
ପୋଇଗାଁ, ରାଇକଲାପୋଷ ଅଞ୍ଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।