ବଣାଇ ବିଜୁ ପାର୍କକୁ ପଲିଥିନ ଏବଂ ଆବର୍ଜନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ।। ପାର୍କର ନବୀକରଣ ନେଇ ଉପଜିଲ୍ଲାପାଳ ଙ୍କ ସୂଚନା।
ଏବେ ପରିବେଶ ସୁରକ୍ଷା ଲାଗି ସବୁ ଆଡେ ଚିନ୍ତା। ପ୍ଲାଷ୍ଟିକ , ପଲିଥିନ ର ବହୁଳ ବ୍ୟବହାର ସହ ବ୍ୟାପକ ଗଛ କଟା ପରିବେଶ ର ସନ୍ତୁଳନ ବିଗାଡିବାକୁ ନିଶ୍ଚିତ ଭାବେ ଦାୟୀ। ଏବେ ପରିବେଶ ସୁରକ୍ଷାଲାଗି ସବୁ ଆଡେ ଚାଲିଛି ଉଦ୍ୟମ ।

ଏହି କ୍ରମରେ ବଣାଇଁଗଡ ସହରସ୍ଥିତ କନ୍ତଯୋଡି ସାହିରେ ଥିବା ବିଜୁ ପାର୍କର ନବୀକରଣ କାମ ଆରମ୍ଭ ହୋଇଛି। ସୁରଞ୍ଜନ ସାହୁ ନୂତନ ଭାବେ ବଣାଇ ଉପଜିଲ୍ଲାପାଳ ପଦରେ ଅବସ୍ଥାପିତ ହେବାପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି। ପ୍ରଥମେ ବିଜୁ ପାର୍କକୁ ପଲିଥିନ ମୁକ୍ତ କରିବା ଏବଂ ଆବର୍ଜନା ମୁକ୍ତ କରିବାକୁ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ପରିବେଶ ରକ୍ଷା ଲାଗି ବିଜୁ ପାର୍କ ପରିସରରେ ଚାରା ଗଛ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ନେଇ ଏବଂ ସଚେତନ କରାଇ ଏହି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା। ବଣାଇଁ ବିଡିଓ ସ୍ୱଦୀପ କୁମାର ଟପ୍ପୋ , ସରପଞ୍ଚ ନମିତା ନାଗ, ବରିଷ୍ଟ ସମାଜସେବୀ ବିରଜା ପ୍ରସାଦ ମହାନ୍ତି,ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଶ୍ରୀ ଗଡନାୟକ, ବଣାଇଁ ନିର୍ବାହୀ ଅଧିକାରୀ ଥବୀର ଚନ୍ଦ୍ର ମାଝୀ, ବ୍ଲକ ଜେଇ ଦେବାଶିଷ ପଟ୍ଟନାୟକ,ବଣାଇଁ ଜିଆରଏସ୍ ସନ୍ତୋଷ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ବେଳେ କଳେଇପୋଷ ଟିପର ଆସୋସିଏସନ ସଂଘ ସଦସ୍ୟ ମାନେ ଉପସ୍ଥିତ ଥିଲେ ।