ପ୍ରଦୂଷଣ ମୁକ୍ତ ପରିବେଶ , ସୁନ୍ଦର ସ୍ୱାସ୍ଥ୍ୟ ଲାଗି ସାଇକେଲ ଚାଳନା ଉପରେ ଗୁରୁତ୍ୱ।। ରାଉରକେଲା ରେ ବିଶ୍ୱ ସାଇକେଲ ଦିବସ ପାଳିତ।

0 461

ସୁସ୍ଥ ଶରୀର ଗଠନ ପାଇଁ ଏବଂ ପରିବେଶ ସୁରକ୍ଷା ତଥା ପ୍ରଦୂଷଣ ମୁକ୍ତ ସମାଜ ଲାଗି ସାଇକେଲ ଚାଳନା କୁ ଆଜି ଦିନରେ ଗୁରୁତ୍ୱ ଦିଆଯାଇଛି।

ବିଶ୍ୱ ସାଇକେଲ ଦିବସ ଉପଲକ୍ଷେ ରାଉରକେଲାରେ ଏକ ସାଇକେଲ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା। ଉଦ୍ଧେଶ୍ୟ ହେଲା ସାଇକେଲ ଚାଳନା କୁ ଉତ୍ସାହିତ କରିବା। ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ଆୟୋଜିତ ଏହି କ୍ରଯ୍ୟକ୍ରମ କୁ ରାଉରକେଲା ରାଇଡ଼ , ରୋଟାରୀ କ୍ଲବ ଆଦି ସପୋର୍ଟ ଦେଇଥିଲେ। ଏହି ସାଇକେଲ ଶୋଭାଯାତ୍ରାକୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପତାକା ହଲାଇ ଶୁଭାରମ୍ଭ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରା ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ବାହାରି ଅଭିଜ୍ଞାନ ଛକ ନିକଟରେ ଶେଷ ହୋଇଥିଲା ।

Leave A Reply

Your email address will not be published.