ଶିଶୁ ଶ୍ରମିକ ପ୍ରଥା ଏକ ଧର୍ତ୍ତବ୍ୟ ଅପରାଧ।। ରାଉରକେଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା।

0 330

,ଆଜିର ଶିଶୁ କାଲି ଦେଶର ଭବିଷ୍ୟତ । ମାତ୍ର ବିଭିନ୍ନ ପରିସ୍ଥିତ ର ଶିକାର ହୋଇ ବହୁ ସ୍ଥାନରେ ଶିଶୁମାନେ ଆଜି ମଧ୍ୟ ଶ୍ରମିକ ଭାବେ କାମ କରୁଛନ୍ତି। ଯେଉଁ ସମୟରେ ସେମାନେ ଶିକ୍ଷାଲାଭ କରିବା କଥା ସେ ସମୟରେ ସେମାନେ ଶ୍ରମିକ ଭାବେ କାମ କରିବା ଚିନ୍ତାର ବିଷୟ। ତେବେ ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ଲାଗି ସରକାର ଅନେକ ନିୟମ କରିଛନ୍ତି।

୧୪ ବର୍ଷରୁ କମ ଶିଶୁଙ୍କ କାମ କରାଇବା ଧର୍ତ୍ତବ୍ୟ ଅପରାଧ। ସେହିପରି ୧୫ ରୁ ୧୮ ବର୍ଷର ଶିଶୁଙ୍କ ବିପଦ ସଂକୁଳ ସ୍ଥାନରେ କାମ କରାଇବା ମଧ୍ୟ ଅପରାଧ। ଏହି ଅପରାଧ ଲାଗି ଉଭୟ ଜରିମାନା ଏବଂ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଉରକେଲା ରେଳ ଷ୍ଟେସନ ନିକଟରୁ ଏହି ଶୋଭାଯାତ୍ର ବାହାରି ସହରର ମୁଖ୍ୟମାର୍ଗ ଦେଇ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ଶିଶୁ ଶ୍ରମିକ ନିରାକରଣ ସଚେତନତା ସୃଷ୍ଟି ଲାଗି ପ୍ରଶାସନ ପକ୍ଷରୁ ଏହା ଥିଲା ଏକ ପ୍ରୟାସ । ଯେଉଁ ସ୍ଥାନରେ ଶିଶୁ ଶ୍ରମ ଆଇନ ର ଉଲଙ୍ଘନ ହେଉଛି ସେ ବାବଦରେ ଜିଲ୍ଲା ପ୍ରଶାସନ , ଶ୍ରମ ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ସୂଚନା ଦେବାକୁ ଜନ ସାଧାରଣ ଙ୍କୁ ନିବେଦନ କରାଯାଇଛି।

Leave A Reply

Your email address will not be published.