ନବୀନ ମନ୍ତ୍ରିମଣ୍ଡଳର ନବକଳେବର ଆସନ୍ତାକାଲି।। ସମସ୍ତ ମନ୍ତ୍ରୀ ଇସ୍ତଫା ଦେଲେ।। ଶପଥ ଗ୍ରହଣ ଉତ୍ସବ ରବିବାର ୧୧ .୪୫ ରେ ।

0 320

ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ ର ନବକଳେବର ଆସନ୍ତାକାଲି ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଆସନ୍ତାକାଲି ନୂତନ ମନ୍ତ୍ରୀ ମଣ୍ଡଳ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜଭବନ କନଭେନସନ ହଲରେ ଦିନ ୧୧ . ୪୫ ମିନିଟ ସମୟରେ ଏହି ନୂତନ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନବୀନ ମନ୍ତ୍ରୀ ମଣ୍ଡଳରେ ସମସ୍ତ ମନ୍ତ୍ରୀ ଏକସଙ୍ଗେ ଇସ୍ତଫା ଦେବା ଏହା ରାଜ୍ୟରେ ପ୍ରଥମ। ତେବେ ନୂଆ ମନ୍ତ୍ରୀମଣ୍ଡଳ ରେ କାହାକୁ ସାମିଲ କରାଯିବ ତାହା ନେଇ କଳ୍ପନା ଜଳ୍ପନା ଚାଲିଛି। କେନ୍ଦୁଝର ରୁ ବଦ୍ରୀ ନାରାୟଣ ପାତ୍ର , ଗଞ୍ଜାମ ରୁ ଲତିକା ପ୍ରଧାନ , ପ୍ରଦୀପ ଅମାତ ପ୍ରମୁଖ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.