ବିରମିତ୍ରପୁର ୪ ନମ୍ବର ୱାର୍ଡ ଲଙ୍କେଷ୍ଟର ବସ୍ତିରେ ପାନୀୟ ଜଳର ଉତ୍କଟ ସମସ୍ୟା।। ନଳକୂପ ଅଚଳ।। ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଦାବି।
ନଳକୂପ ଅଛି କିନ୍ତୁ ଆସୁନାହିଁ ପାଣି। ପାଣି ଲାଗି ଟ୍ୟାଙ୍କର ଅଛି କିନ୍ତୁ ପିଇବା ଲାଗି ମିଳୁନାହିଁ ପାଣି। ଏପରି ଅବସ୍ଥା ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ର ୪ ନମ୍ବର ୱାର୍ଡ ରେ । ଏହି ୱାର୍ଡ ର ଲଙ୍କେଷ୍ଟର ଦଫେଇ ର ବାସିନ୍ଦା ମାନେ ପିଇବା ପାଣି ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ବସ୍ତିରେ ଥିବା ନଳକୂପ ରେ ପାଣି ଆସୁନାହିଁ। ବସ୍ତିର କୂଅ ଶୁଖି ଗଲାଣି। ଅନ୍ୟ ବସ୍ତି ଗୁଡିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ଏହି ବସ୍ତି ଏଥିରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁନାହିଁ। କେବଳ ପିଇବା ପାଣି ଅନ୍ୟ ମୌଳିକ ସେବାରୁ ମଧ୍ୟ ବସ୍ତି ବାସିନ୍ଦା ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଲଙ୍କେଷ୍ଟର ବସ୍ତି ବାସିନ୍ଦା ମାନଙ୍କୁ ଶୀଘ୍ର ପିଇବା ପାଣି ଯୋଗାଇ ଦେବାକୁ ଦାବି ହେଉଛି।