ରାଉରକେଲା ତରକେରା ନିକଟ ୧୪୩ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା।। ଜଣେ ବାଇକ ଆରୋହି ମୃତ , ଜଣେ ଗୁରୁତର।

0 1,285

ରାଉରକେଲା ତରକେରା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ପୂର୍ବାହ୍ନ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି

। ଆହତ ଯୁବକଙ୍କୁ ଜେପି ହସପିଟାଲ ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୨ ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ତରକେରା ର ଟାଇଗର କ୍ଲବ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ କୁକୁଡ଼ା ବୋଝେଇ ଗାଡି ସାଙ୍ଗେ ବାଇକ ଧକ୍କା ହୋଇଥିଲା। ଫଳରେ ଯୁବକ ଦୁଇ ଜଣ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ‘ମେ ଆଇ ହେଲ୍ପ ୟୁ’ ନାମକ ଏକ ସାମାଜିକ ସଂସ୍ଥା ତୁରନ୍ତ ନିଜ କାର ରେ ଯୁବକ ଦ୍ୱୟଙ୍କୁ ଜେପି ହସପିଟାଲ ନେଇଯାଇଥିଲେ। ଡାକ୍ତର ସେଠାରେ ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ଯୁବକଙ୍କୁ ଚିକିତ୍ସା ଲାଗି ହସପିଟାଲ ରେ ଭର୍ତ୍ତି କରାଯାଇଛି। ଯୁବକଙ୍କୁ ହସପିଟାଲ ରେ କାର ରେ ନେବା ବେଳେ ପାନପୋଷ ବ୍ରାହ୍ମଣୀ ବ୍ରିଜ ରେ ଟ୍ରାଫିକ ଜାମ ଯୋଗୁଁ ଅସୁବିଧା ହୋଇଥିଲା। ତେବେ ପୋଲିସ ତୁରନ୍ତ ରାସ୍ତା କ୍ଲିଅର କରି ଆହତଙ୍କୁ ହସପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.