ରାଉରକେଲା ଓମ ଆପୋଲୋ ହସପିଟାଲ ବ୍ୟାଙ୍କ ଆକାଉଣ୍ଟ ରୁ ୪୧ ଲକ୍ଷ ଟଙ୍କା ଟ୍ରାନ୍ସଫର ମାମଲାରେ ୩ ଗିରଫ।। ଗିରଫଙ୍କ ମଧ୍ୟରେ ହସପିଟାଲ କର୍ମଚାରୀ।

0 775

ଚଞ୍ଚକତା କରି ରାଉରକେଲା ର ଏକ ଘରୋଇ ହସପିଟାଲ ର ବ୍ୟାଙ୍କ ଆକାଉଣ୍ଟ ରୁ ୪୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବା ଘଟଣା ର ପର୍ଦାଫସ ସାଇବର ଥାନା ପୋଲିସ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭଯୁକ୍ତଙ୍କ ଗିରଫ କରିଥିବା ବେଳେ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛି। ଏହା ସହ ସୁନା ଗହଣା , ବ୍ୟାଙ୍କ ପାସବୁକ , ଚେକ ବୁକ , ପେଟିଏମ୍ , ଏଟିଏମ କାର୍ଡ , ଆଧାରକାର୍ଡ , ମୋବାଇଲ ଫୋନ ଆଦି ମଧ୍ୟ ସେମାନଙ୍କ ନିକଟରୁ ଜବତ କରାଯାଇଛି।
ସୂଚନା ଅନୁଯାୟୀ ରାଉରକେଲା ସିଭିଲ ଟାଉନଶିପ ରେ ଥିବା ଓମ
ଆପୋଲୋ ହସପିଟାଲ ର ବ୍ୟାଙ୍କ ଆକାଉଣ୍ଟ ଏଚ ଡି ଏଫ ସି ବ୍ୟାଙ୍କ ରେ ଅଛି । ବ୍ୟାଙ୍କ କାମ ବୁଝିବାକୁ ହସପିଟାଲ ର କର୍ମଚାରୀ ମାନସ କୁମାର ଖୁଣ୍ଟିଆଙ୍କୁ ସଂସ୍ଥା ର ମାଲିକ ଅଜିତ ସିଂ ଦାୟିତ୍ୱ ଦେଇଥିଲେ। ଏହାର ସୁଯୋଗ ନେଇ ମାନସ ବିଭିନ୍ନ ସମୟ ମଧ୍ୟରେ ନିଜ ଅକାଉଣ୍ଟକୁ ଏବଂ ଅନ୍ୟ ଦୁଇ ସାଙ୍ଗ ସୁଶାନ୍ତ କୁମାର ବାରିକ ଏବଂ ଶିବ କୁମାର ଝା ଙ୍କ ଅକାଉଣ୍ଟକୁ ୪୧ ଲକ୍ଷ ୨୫ ହଜାର ଟଙ୍କା ଟ୍ରାନ୍ସଫର କରି ନେଇଥିଲା। ଗତ ମେ ୧୫ ତାରିଖରେ ହସପିଟାଲ ଆକାଉଣ୍ଟ ରୁ ୧ ଲକ୍ଷ ୯୦ ହଜାର ଟଙ୍କା କଟିଥିବା ଏବଂ ୧୬ ମେ ରେ ଏହା ଫେରିଆସିଥିବା ମେସେଜ ଆସିବା ପରେ ହସପିଟାଲ ମାଲିକ ଏହାର ଯାଞ୍ଚ କରିବାପରେ ଘଟଣା ଜଣା ପଡିଥିଲା । ଏ ବାବଦରେ ଓମ ଆପୋଲୋ ହସପିଟାଲ ମାଲିକ ଅଜିତ ସିଂ ସାଇବର ଥାନାରେ ଏତେଲା ଦେଇଥିଲେ। ପୋଲିସ ତଦନ୍ତ କରି ମାନସ ଖୁଣ୍ଟିଆଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.