ରାଉରକେଲା ବଣିକ ସଙ୍ଘ ଟିମ ର ସହରର ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହ ସାକ୍ଷାତ ଅଲୋଚନ।।

0 429

ରାଉରକେଲା ବଣିକ ସଙ୍ଘ ର ଏକ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ସହରର ପ୍ରଶାସନିକ ଅଧିକାରୀ , ପୋଲିସ ଅଧିକାରୀ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ରାଉରକେଲା ଚେମ୍ବର ଅଫ କମର୍ସ ର ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି ଟିମ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର , ରାଉରକେଲା ଏସ ପି ମୁକେଶ କୁମାର ଭାମୁ , ଏଡିଏମ ତଥା ରାଉରକେଲା ମହାନଗର ନିଗମ କମିଶନର ଡକ୍ତର ଶୁଭଙ୍କର ମହାପାତ୍ର , ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ମନୋଜ ମହାନନ୍ଦିଆ ଙ୍କୁ ଭେଟିଥିଲେ। ପଶ୍ଚିମାଞ୍ଚଳ ଡ଼ିଆଇଜି ଏବଂ ରାଉରକେଲା ଏସପି ଙ୍କ ସହ ପ୍ରତିନିଧି ମଣ୍ଡଳ ସହରର ଆଇନ ବ୍ୟବସ୍ଥା ଏବଂ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଡିଏମ ତଥା ମହନଗର ନିଗମ ର କମିଶନରଙ୍କ ସହ ସାକ୍ଷାତ କରି ଚେମ୍ବର ଟିମ ସହରର ବିଭିନ୍ନ ରାସ୍ତାଘାଟ , ଡ୍ରେନ ମରାମତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ପୂର୍ତ୍ତ ବିଭାଗ ସୁପରି ଟେଣ୍ଡେଣ୍ଟ ଇଞ୍ଜିନିୟର ଙ୍କୁ ସାକ୍ଷାତ କରି ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିବା ସମସ୍ତ ରାସ୍ତା ଘାଟ ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଥିଲେ ।

Leave A Reply

Your email address will not be published.