ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲାଗି ଆଜିଠାରୁ ଅନଲାଇନ ଆବେଦନ।। ନିଷ୍ପତ୍ତିକୁ ରାଜ୍ୟ ନମ୍ବରପ୍ଲେଟ ଏବଂ ଆର୍ଟିଷ୍ଟ ସଂଘର ବିରୋଧ।

0 236

ଗାଡି ରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଆଯାଇଛି। ଏହି ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଆଜିଠାରୁ (ଜୁନ ୧) ଗାଡି ମାଲିକ ମାନେ www.siam.in ରେ ଆବେଦନ କରିପାରିବେ।

ଗାଡିର ବୀମା କିମ୍ବା ଅନ୍ୟ କୌଣସି ଚାଲାଣ ବାକି ଥିଲେ ମଧ୍ୟ ଆବେଦନ କରିହେବ । ଏହି ନମ୍ବର ପ୍ଲେଟ ଲାଗିବା ଦ୍ୱାରା ଏହାକୁ ସହଜରେ ଟାମ୍ପରିଂ କରିହେବ ନାହିଁ। ଏହାଛଡା ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ନମ୍ବର ପ୍ଲେଟକୁ ସହଜରେ ପଢିପାରିବ। ପରିବହନ ବିଭାଗ ଦ୍ୱାରା ଅନୁମତି ପ୍ରାପ୍ତ ସଂସ୍ଥା କେବଳ ଏହି ନମ୍ବର ପ୍ଲେଟ ଦେଇ ପାରିବେ। ବାଇକ ପିଛା ୩୨୦ ରୁ ୩୮୦ ଟଙ୍କା , ଅଟୋ ପିଛା ୩୫୦ ରୁ ୪୫୦ ଟଙ୍କା , କାର ପିଛା ୫୯୦ ରୁ ୭୦୦ ଟଙ୍କା ଏବଂ
ଭାରିଯାନ ପିଛା ୬୦୦ ରୁ ୮୦୦ ଟଙ୍କା ଦେୟ ଦେବାକୁ ପଡିବ। ବାହାରେ ବସି ନମ୍ବର ପ୍ଲେଟ ତିଆରି କରୁଥିବା ଘରୋଇ ସଂସ୍ଥା ଏହା ଦେଇ ପାରିବେ ନାହିଁ। ଡିସେମ୍ବର , ୨୦୨୨ ସୁଦ୍ଧା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ବିଭାଗ ବାଧ୍ୟତାମୂଳକ କରିଛି। ଏହି ନିର୍ଦେଶକୁ ଉଲଙ୍ଘନ କଲେ ୫ ହଜାର ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକରଣ ହୋଇଥିବା ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।
ପରିବହନ ବିଭାଗର ଏହି ନିଷ୍ପତ୍ତି କୁ ଓଡିଶା ନମ୍ବରପ୍ଲେଟ ଏବଂ ଆର୍ଟିଷ୍ଟ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି। ଏହି ନିୟମ ଲାଗୁ ହେଲେ ରାଜ୍ୟରେ ୨୦ ହଜାର ପରିବାର ରୋଜଗାର ହରାଇବେ ବୋଲି କୁହାଯାଇଛି। ଅଳ୍ପ ସଂଖ୍ୟକ ଡିଲରଙ୍କୁ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇବାକୁ ଅନୁମତି ଦେବା ପରିବର୍ତ୍ତେ ଏହାକୁ ଅଧିକ ସଂଖ୍ୟକ ସଂସ୍ଥାକୁ ଦିଆଯିବାକୁ ସଙ୍ଘ ପକ୍ଷରୁ ପରିବହନ ବିଭାଗକୁ ନିବେଦନ କରାଯାଇଛି।

Leave A Reply

Your email address will not be published.