“ତମାଖୁ ସେବନ ବନ୍ଦ କର” , “ବିଶ୍ୱ ପରିବେଶ ରକ୍ଷାକର”।। ବିଶ୍ୱ ତମାଖୁ ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ।
ଆଜି ବିଶ୍ୱ ତମାଖୁ ଦିବସ। ଆଜିର ଥିମ ହେଉଛି ” ତମାଖୁ ବ୍ୟବହାର ବନ୍ଦ କର” , “ବିଶ୍ୱ ପରିବେଶ ରକ୍ଷାକର”। ତମାଖୁ ସେବନର କୁପ୍ରଭାବ ଶରୀର ଉପରେ ପଡ଼ିବା ସହ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ହୋଇଥାଏ।

ଆଜି #WorldNoTobaccoDay ରେ ତମାଖୁ ବର୍ଜନ ପାଇଁ ସମସ୍ତେ ଶପଥ ନେବା ଉଚିତ । ଯେଉଁମାନେ ତମାଖୁ ସେବନ ରେ ଅଭ୍ୟସ୍ତ ହୋଇଯାଇଛନ୍ତି ସେମାନେ ଆବଶ୍ୟକ ପଡ଼ିଲେ ତମାଖୁ ବିରତି କେନ୍ଦ୍ରରେ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନିଜେ ସଚେତନ ହେବା ସହ ସୁସ୍ଥ ରୁହନ୍ତୁ ଏବଂ ତମାଖୁ ବ୍ୟବହାର ନକରିବାକୁ ଅନ୍ୟକୁ ସଚେତନ କରାନ୍ତୁ। ବିଶ୍ୱରେ ଏବଂ ଆମ ଦେଶରେ ତମାଖୁ ସେବନ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ସେବନ ଵୃଦ୍ଧି ପାଇଛି। ଏହାକୁ ରୋକିବାକୁ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ କୁ ନିଷିଦ୍ଧ କରାଯାଇଛି। ଏହାସହ ବିଭିନ୍ନ ସିନେମା , ଟିଭି କାର୍ଯ୍ୟକ୍ରମରେ ତମାଖୁ ସେବନ କୁ ଉତ୍ସାହିତ ନକରିବାକୁ ନିୟମାବଳୀ କରାଯାଇଛି। ତା ସ୍ଵତ୍ତ୍ୱେ ତମାଖୁ ସେବନ କମିନାହିଁ। ଅବଶ୍ୟ ପୂର୍ବାପେକ୍ଷା ଏବେ ଲୋକ ଅଧିକ ସଚେତନ ହେଲେଣି। ତଥାପି ସମ୍ପୂର୍ଣ୍ଣ ତମାଖୁ ନିବାରଣ ଉପରେ ଫୋକସ କରିବାର ସମୟ ଆସିଯାଇଛି।
ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତମାଖୁ ସେବନ ବର୍ଜନ କରିବାକୁ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନ କରାଇଛନ୍ତି । ତମାଖୁ ସେବନ ବ୍ୟବହାର ନକରିବା ଉପରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।