ରାଉରକେଲା ରେ ସୋମବାର ସନ୍ଧ୍ୟାରେ ଘଟିଯାଇଛି ଏକ ଅମାନବୀୟ କାଣ୍ଡ। ଜଣେ ୭୦ ବର୍ଷୀୟା ବୟସ୍କା ବୃଦ୍ଧା ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ପ୍ଲାଣ୍ଟ ସାଇଟ ଥାନାରେ । ପୋଲିସ ଅଭିଯୁକ୍ତ ଦୁଷ୍କର୍ମକାରୀ କୁ ଗିରଫ କରି ମାମଲାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଘଟଣା ପରେ ଗୁରୁତର ଅସୁସ୍ଥ ହୋଇପଡିଥିବା ମହିଳାଙ୍କୁ ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ ଥାନା ଅଞ୍ଚଳ ର ଏକ ବସ୍ତିରେ ଜଣେ ବୟସ୍କା ମହିଳା ଏହି ଦୁଷ୍କର୍ମ ଶିକାର ହୋଇଛନ୍ତି। ଘର ଭିତରେ ମହିଳା ଏକା ଥିବା ବେଳେ ସେହି ବସ୍ତିର ଜଣେ ୪୫ ବର୍ଷୀୟ ବ୍ୟକ୍ତି ଏହି ଜଘନ୍ୟ କାଣ୍ଡ କରିଛି। ଏପରିକି ମହିଳା ଜଣକ ବିରୋଧ କରିବାରୁ ଉକ୍ତ ଦୃବୃତ୍ତ ଜଣକ ତାଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ହସପିଟାଲ ପଠାଇବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀ କୁ ଗିରଫ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।